ଅମୀର ଖାନ୍‌ଙ୍କ ନୂଆ ଡ୍ରିମ ପ୍ରୋଜେକ୍ଟ ,ମହାଭାରତ

ବଲିଉଡର ମିଷ୍ଟର ପରଫେକସନ ଅମୀର ଖାନ୍‌ ଆଗାମୀ ଦଶ ବର୍ଷ ଯାଏଁ ଅନ୍ୟ କୌଣସି ସିନେମାରେ କାମ କରିବେ ନାହିଁ  । ସେ ୨୦୧୮ ପରେ କେବଳ ଗୋଟିଏ ସିନେମାରେ ଅଭିନୟ କରିବେ ଓ ତା’ର ପ୍ରଯୋଜନା ମଧ୍ୟ କରିବେ ।
ବହୁ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା ଯେ ଅମୀର ଖାନ୍‌ ଭାରତର ଅମୂଲ୍ୟ କଥାବସ୍ତୁ ମହାଭାରତ ଉପରେ ଏକ ସିନେମା ନିର୍ମାଣ କରିବାକୁ ଚାହୁଁଛନ୍ତି । ଏଥିରେ ସେ ନିଜେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିବାର ବି ଇଚ୍ଛା ରଖିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା ।ମହାଭାରତ ଅମୀର ଖାନ୍‌ଙ୍କ ଡ୍ରିମ ପ୍ରୋଜେକ୍ଟ।

ଅମୀର ଖାନ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ ମହାଭାରତ ଉପରେ ଫିଲ୍ମ ନିର୍ମାଣ କରିବାକୁ ତାଙ୍କୁ ଭଲ ଲାଗୁଛି । ପୁଣି ଶ୍ରୀକୃଷ୍ଣଙ୍କ ଭୂମିକାକୁ ସେ ଠିକ୍‌ ଭାବେ ନ୍ୟାୟ ଦେଇ ପାରିବେ କି ନା, ସେଥିନେଇ ବି ତାଙ୍କ ମନରେ ସଂଶୟ ରହିଛି ବୋଲି କହିଥିଲେ । ଏହି ଭୂମିକା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି । ଏଣୁ ‘ମହାଭାରତ’ର ନିର୍ମାଣ ସଂପର୍କରେ ଅମୀର୍‌ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।ଏବେ ଜଣାଯାଇଛି ଯେ ଅମୀର୍‌ ଖାନ୍‌ ଇତି ମଧ୍ୟରେ ତାଙ୍କର ମହତ୍ତ୍ୱାକାଙ୍‌କ୍ଷୀ ସିନେମା ‘ ମହାଭାରତ’ ଉପରେ କାମ ଆରମ୍ଭ କରିଦେଲେଣି । ଫିଲ୍ମର ଏବେ ପ୍ରି ପଡକ୍ସନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ ‘ମହାଭାରତ’କୁ ପାଞ୍ଚଟି ଭାଗରେ ନିର୍ମାଣ କରାଯିବ । ପ୍ରତି ଦୁଇ ବର୍ଷରେ ମହାଭାରତର ଏକ ଭାଗ ରିଲିଜ୍‌ ହେବ । ଆଉ ସବୁଥିରେ ଅମୀର୍‌ ନଜର ଆସିବେ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ।

ଏହି ସବୁ ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଅଦୈତ୍ୱ ଚନ୍ଦନ , ଯିଏକି ପୂର୍ବରୁ ଅମୀର୍‌ ଖାନ୍‌ ପ୍ରଡକ୍ସନର ‘ ସିକ୍ରେଟ ସୁପରଷ୍ଟାର୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।ଅମୀରଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି ଯେ ସେ ତାଙ୍କର ନୂଆ ସିନେମା ‘ ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ପରେ ଆଗାମୀ ଦଶ ବର୍ଷ ଯାଏଁ ଅନ୍ୟ କୌଣସି ଫିଲ୍ମ ସାଇନ୍‌ କରିବେ ନାହିଁ । ସେ ଆଗାମୀ ୧୦ ବର୍ଷ କେବଳ ‘ ମହାଭାରତ’ ହିଁ ନିର୍ମାଣ କରିବେ । ଅମୀର୍‌ ଖାନ୍‌ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା ନିଭାଇବା ଲାଗି ମଧ୍ୟ ଉଭୟ ଶାରୀରିକ ଓ ମାନସିକ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ମିଷ୍ଟର ପରଫେକସନ ଅମୀର ଖାନ୍‌ଙ୍କୁ ମହାଭାରତର ଶ୍ରୀକୃଷ୍ଣ ଭୂମିକା କେତେ ମାଇଲେଜ ଦଉଛି ତାହା ପରଦା କୁ ଆସିଲେ ଜଣାପଡିବ।

ପଢନ୍ତୁ;

ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ

 

Related posts

ଗ୍ୟାଙ୍ଗଷ୍ଟାରଙ୍କ ଧମକକୁ କଲେନି ଖାତିର, ରେସ-୩ ଫିଲ୍ମର ସୁଟିଂ ଆରମ୍ଭ କଲେ ସଲମାନ ଖାନ

ଆଗାମୀ ସିନେମାରେ ଏକ ଦମ୍‌ଦାର୍‌ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର

ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି କଳାକାର