ଜନ୍ମଦିନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଜନ୍ମଦିନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ । ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବିରେ ସେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସିଧାସିଧା ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଶୁକ୍ରବାର ଚନ୍ଦ୍ରାବାବୁ ୬୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି  । ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ।

ଆଜି ନିଜ ଜନ୍ମ ଦିନରେ ଶ୍ରୀ ନାଇଡ଼ୁ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‍ ସମ୍ମୁଖରେ ସକାଳ ୭ଟାରୁ ଅନଶନରେ ବସିଛନ୍ତି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି ଜଣାପଡ଼ିଛି । ଶ୍ରୀ ନାଇଡ଼ୁଙ୍କ ସହିତ ଅନ୍ୟମନ୍ତ୍ରୀମାନେ ମଧ୍ୟ ଅନଶନରେ ବସିଛନ୍ତି । ମନ୍ତ୍ରିମଣ୍ଡଳର ୧୩ଜଣ ସଦସ୍ୟ ପ୍ରତି ଜିଲାରେ ଅନଶନରେ ବସିଛନ୍ତି । ଏହି ଅନଶନକୁ ଶ୍ରୀନାଇଡ଼ୁ ‘ନ୍ୟାୟ ପାଇଁ ସଂଘର୍ଷ’ ନାମରେ ଅଭିହିତ କରିଛନ୍ତି ।  ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବି ପ୍ରସଙ୍ଗରେ ଏନଡିଏରୁ ଓହରି ଯାଇଥଲା ଟିଡିପି ।

ପଢନ୍ତୁ ;

ଜାଣନ୍ତୁ କାହାର ହେବେ ଓଲିଉଡର ସୁପରଷ୍ଟାର ଅନୁଭବ ?

Related posts

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ