ଗାନ୍ଧୀ ଜୟନ୍ତୀରୁ ପୁଣି ଆନ୍ଦୋଳନ କରିବେ ଆନ୍ନା

କେନ୍ଦ୍ର ସରକାରଙ୍କ ଦ୍ଵାରା ଲୋକପାଳ ନିଯୁକ୍ତି ବିଳମ୍ବକୁ ନେଇ ସମାଜସେବୀ ଆନ୍ନା ହଜାରେ ଅକ୍ଟୋବର ୨ରୁ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ଅନ୍ତର୍ଗତ ନିଜ ଗ୍ରାମ ରାଲେଗାଓଁ ସିଦ୍ଧିଠାରରେ ସେ ଅନଶନରେ ବସିବେ। ଦୁର୍ନୀତି ମୁକ୍ତ ଭାରତ ଗଢ଼ିବା ପାଇଁ ତାଙ୍କର ଏହି ଅନଶନରେ ସାମିଲ ହେବାକୁ ଆନ୍ନା ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

ଏନ୍‌ଡିଏ ସରକାରଙ୍କୁ ସମାଲୋଚନା କରି ଆନ୍ନା କହିଛନ୍ତି, ସଂସଦରେ ୨୦୧୪ରେ ଲୋକପାଳ ବିଲ୍‌ ମଞ୍ଜୁରି ଲାଭ କରିବା ପରେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ନୀତିକୁ ହଟାଇବା ପାଇଁ ଏ ସରକାରଙ୍କର ଇଚ୍ଛା ନ ଥିବା ଭଳି ଲାଗୁଛି ବୋଲି ଆନ୍ନା କହିଛନ୍ତି।

ସୂଚନାଯୋଗ୍ୟ,୨୦୧୧ରେ ଆନ୍ନା ପ୍ରଥମେ ଲୋକପାଳ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ ଆନ୍ନା ୧୨ ଦିନ ଅନଶନରେ ବସିଥିଲେ। ତକ୍ରାଳୀନ ୟୁପିଏ ସରକାର ଏଥିରେ ଦୋହଲି ଯାଇଥିଲା।

ପଢନ୍ତୁ; ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ