‘ଫୋର୍ବସ ଏସିଆ’ ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଲେ ବଲିଉଡ୍‌ର ଏହି ନାୟିକା!

ଅନୁଷ୍କାଙ୍କ ସଫଳତା

ବଲିଉଡ୍‌ ଚଳଚ୍ଚିତ୍ର ଦୁନିଆରେ ଅନୁଷ୍କା ଶର୍ମା ବେଶ ଲୋକପ୍ରିୟ ନୀୟିକା। ସବୁବେଳେ କିଛି ନୂଆ ଚଳଚ୍ଚିତ୍ର କରିବାକୁ ଅନୁଷ୍କା ପସନ୍ଦ କରିଥାନ୍ତି। ତାଙ୍କ ଅଭିନୟରେ ଚଳଚ୍ଚିତ୍ର ଅନୁସାରେ ଭିନ୍ନତା ସ୍ପଷ୍ଟ ବାରି ହୋଇପଡ଼େ। ସେ ତାଙ୍କର ଚଳଚ୍ଚିତ୍ର ଏବଂ ଅଭିନୟ ପାଇଁ ଦର୍ଶକ ମହଲରେ ଅନେକ ପ୍ରଶଂସା ପାଇ ସାରିଛନ୍ତି। ଏବେ ଆଉ ଏକ ବଡ଼ ସଫଳତା ପ୍ରାପ୍ତ କରିଛନ୍ତି ନବବିବାହିତା ଅନୁଷ୍କା ଶର୍ମା। ସେ ହେଉଛନ୍ତି ଏକମାତ୍ର ବଲିଉଡ୍‌ କଳାକାର ଯିଏକି ‘ଫୋର୍ବସ ଏସିଆ ୩୦’ର ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ପ୍ରତିଯୋଗିତାରେ ସମୁଦାୟ ୨ ହଜାରୁ ଊର୍ଧ୍ୱ କଳାକାର ଭାଗ ନେଇଥିଲେ। ଭାଗ ନେଇଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଥିଲେ ମଡେଲ୍‌ ଭୂମିକା ଆରୋରା, ‘ୟୋଥ୍‌ କି ଆଓ୍ଵଜେ୍‌’ର ନିର୍ମାତା ଅନ୍‌ସୁଲ୍‌ ତିଓ୍ଵାରି ଏବଂ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପି ଭି ସିନ୍ଧୁ।

ଉଲ୍ଲେଖଯୋଗ୍ୟ ଯେ,ଚଳଚ୍ଚିତ୍ର ‘ଏନ୍‌ଏଚ୍‌୧୦’, ‘ଫିଲୌରି’, ‘ପରୀ’ ଆଦି ଚଳଚ୍ଚିତ୍ରରେ ଆଶାତୀତ ଅଭିନୟର ଜଲଓ୍ଵା ଦେଖାଇବା ପରେ ଦର୍ଶକଙ୍କ ସାମ୍ନାରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ଅନୁଷ୍କା ପରି ଚଳଚ୍ଚିତ୍ରରେ ତାମିଲ୍‌ ରିମେକ କରାଯିବ। ବର୍ତ୍ତମାନ ଅନୁଷ୍କା ଏବେ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ସୁଇ ଧାଗା’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବରୁନ ଧାଓ୍ଵନ। ଏହି ଚଳଚ୍ଚିତ୍ରରେ ଚଳିତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ମୁକ୍ତିଲାଭ କରିବ।

ପଢନ୍ତୁ; ଏମ୍‌.ଏସ୍‌.ଲ’ କଲେଜର ବାର୍ଷିକ ଉତ୍ସବ:‘ଇତିହାସକୁ ନ ବଦଳାଇ ନୂଆ ଇତିହାସ ସୃଷ୍ଟି କରାଯାଉ’

Related posts

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

‘100% LOVE’ର ଶୁଭ ମୁହୁରତ

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର