ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ଭିଆରଏସକୁ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ, ଟୁଇଟ କରି କୃତଜ୍ଞ୍ନତା ଜଣାଇଲେ ଅପରାଜିତା

ଭାରତୀୟ ପ୍ରାଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ସିଟରୁ ଲଢିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯଦିଓ କେଉଁ ଦଳରୁ ସେ ଲଢିବେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବିଜେପିରେ ଯୋଗଦେବା ଏକରକମ ଥୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଗତ ସେପ୍ଟେମ୍ବର ମାସରେ ସେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କୁ ଆବେଦନ କରିଥିଲେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଗତ ୨ ଦିନ ତଳେ ଏହାକୁ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମତୀ ଷଡ଼ଙ୍ଗୀଙ୍କ ଆବେଦନ ଉପରେ ମୋହର ମାରିଛନ୍ତି । ଏଲଥିସହ ଅପରାଜିତା ରାଜନୀତିରେ ଯୋଗଦେବା ନେଇ ପଥ ପରିଷ୍କାର ହୋଇଛି ।

ତେବେ ଅପରାଜିତା ବିଜେପିରେ ଯୋଗଦେଇ ଭୁବନେଶ୍ୱର ଲୋକସଭା ଆସନରୁ ଲଢିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେ ଓଡ଼ିଶାରେ ଦୀର୍ଘ ୧୬ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୧୧ ମସିହାରେ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ । ପୂର୍ବରୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଓ ଭୁବନେଶ୍ୱର ମହାନଗର ନିଗମ କମିଶନରଭାବେ ନିଜର ଦକ୍ଷତା ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ପଢନ୍ତୁ;  ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

Related posts

ତିନିଦିନିଆ ଭାରତ ଗସ୍ତରେ ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ

ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ପି.ଚିଦାମ୍ବରମ, ଖୋଜୁଛନ୍ତି ଇଡି ଓ ସିବିଆଇ

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ, ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ