ସଲମାନ ଖାନଙ୍କ ଭଉଣୀ ଥିଲେ ଏହି ଅଭିନେତାଙ୍କର ପ୍ରଥମ ପ୍ରେମ

ବଲିଓଡରେ ଏପରି ଅନେକ ପ୍ରେମ କାହାଣୀ ଅଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥିବେ। ଆପଣ ହୁଏ ତ ଜାଣିନଥିବେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରଥମ ପ୍ରେମ ବିଷୟରେ?ଅର୍ଜୁନଙ୍କ ଗଲଫ୍ରେଣ୍ଡ ଲିଷ୍ଟରେ ଭାଇଜାନ ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କ ନାମ ମଧ୍ୟ ସାମିଲ ରହିଛି।

୨୦୧୪ରେ ଏକ ଇଣ୍ଟରଭ୍ୟୁରେ ଅର୍ଜୁନ କହିଥିଲେ ଯେ ମୋ ଜୀବନରେ ମୁଁ ଅର୍ପିତାଙ୍କ ସହିତ ପ୍ରଥମଥର ପାଇଁ ରିଲେସନସିପରେ ଥିଲି । ଆଉ ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ମୋର ପ୍ରଥମ ଏବଂ ସିରିୟସ ରିଲେସଲସିପ ଅର୍ପିତାଙ୍କ ସହିତ ଥିଲା । ମୁଁ ୧୮ ବର୍ଷର ଥିବା ବେଳେ ଅର୍ପିତାଙ୍କୁ ଡେଟ କରୁଥିଲି । ‘ମେନେ ପ୍ୟାର କ୍ୟୁଁ କିଆ’ ସେଟରୁ ଆମର ରିଲେସନସିପ ଆରମ୍ଭ ହୋଇଥିଲା । ଅର୍ଜୁନ ଏହା ମଧ୍ୟ କହିଛନ୍ତି ଅର୍ପିତା ନିଜ ତରଫରୁ ସମ୍ପର୍କ ଭାଙ୍ଗିଥିଲେ । ମୁଁ ସେତେବେଳେ ୧୪୦ କିଲୋ ଥିଲି ଏବଂ ମୁଁ ଜାଣିନଥିଲି ମୋ ଭବିଷ୍ୟତ କଣ ରହିବ।

କହିରଖୁଛୁ ଯେ,ଦୁହିଁଙ୍କର ରିଲେସନସିପ ୨ ବର୍ଷ ଚାଲିବା ପରେ ବ୍ରେକଅପ ହୋଇଯାଇଥିଲା । ଦୁହିଁଙ୍କର ରିଲେସନସିପ ଅନେକ ସମୟରୁ ଭାଙ୍ଗିସାରିଛି । ଅର୍ପିତା ଆୟୁଷଙ୍କୁ ବିବାହ କରି ମା ମଧ୍ୟ ବନିସାରିଛନ୍ତି । ରିଲେସନରେ ଥିବା ବେଳେ ଅର୍ଜୁନ ସଲମାନ ଖାନଙ୍କୁ ଏହି ବିଷୟରେ କହିବା ପାଇଁ ବହୁତ  ଡରୁଥିଲେ।

ପଢନ୍ତୁ: ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

Related posts

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘