ଅରୁଣ ଗୋବିଲ – ରାମାୟଣ ଧାରାବାହିକ ର ଲୋକପ୍ରିୟ କଳାକାର ଏବେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି

ଅରୁଣ ଗୋବିଲ ଏମିତି ଏକ ବ୍ୟକ୍ତି ଜିଏ ତାଙ୍କ ଅସଲି ନାମରେ କମ,  ରାମ ନାମରେ ଅଧିକ ଲୋକପ୍ରିୟ ଥିଲେ । ଅରୁଣ, ରାମାନନ୍ଦ ସାଗର ଙ୍କ ଲୋକପ୍ରିୟ ଧାରାବାହିକ ରାମାୟଣ ରେ କାମ କରିଥିଲେ । ଭଗବାନ ଶ୍ରୀରାମ ଙ୍କ ଭୂମିକା ସେ କରିଥିଲେ ।

ଲୋକମାନେ ତାଙ୍କୁ ରାମ ନାମରେ ଚିହ୍ନିବା ଆରମ୍ଭ କରିଦେଇଥିଲେ । କେବଳ ଏତିକି ନୁହଁ ତାଙ୍କୁ ମଧ୍ୟ ଭଗବାନ ରାମ ଙ୍କ ଭଳି ନାମ ସନମାନ ମିଳିବ ଆରମ୍ଭ ହେଇଯାଇଥିଲା । କିନ୍ତୁ କିଏ ଜାଣିଥିଲା ଏହି ଚରିତ୍ର ତାଙ୍କୁ ବଡ ଅସୁବିଧା ରେ ପକେଇବ ବୋଲି ।

ତାଙ୍କ ଚରିତ୍ର ଦ୍ଵାରା ସେ ଲୋକମାନଙ୍କ ପାଖରେ ଏତେ ମାତ୍ରାରେ ଆପଣାର ହେଇଯାଇଥିଲେ ଯେ ତାଙ୍କର ଅନ୍ୟ କୌଣସି ଚରିତ୍ର ଦର୍ଶକ ମାନଙ୍କୁ ପସନ୍ଦ ଆସିଲାନି ।

୧୨ ଜାନୁଆରୀ ୧୯୫୮ ରେ ଅରୁଣ ଗୋବିଲ ଜନ୍ମଗ୍ରହଣ କରିଥିଲେ । ଅରୁଣ ବହୁ ନାଟକରେ ଅଭିନୟ କରିଛନ୍ତି, କିନ୍ତୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ନଥିଲା କିମ୍ବା ଏହାକୁ ନିଜର ଭବିଷ୍ୟ କରିବାକୁ ସେ ଚାହିଁ ନଥିଲେ । ନିଜ ଭାଇ ସହ ବ୍ୟବସାୟ କରିବାକୁ ସେ ମୁମ୍ବାଇ ଚାଲି ଆସିଲେ । କିନ୍ତୁ କାମ ଯେତେବେଳେ ଭଲ ଚାଲିଲାନି, ନିଜ ଚଳିବା ପାଇଁ  ତାଙ୍କୁ ଅଭିନୟ କ୍ଷେତ୍ରକୁ ଓଲହାଇ ବାକୁ ପଡିଲା ।

୧୯୭୭ ରେ ତାଙ୍କର ପ୍ରଥମ ସିନେମା ପହେଲି ରେ ଅଭିନୟ ମିଳିଥିଲା । ଏହି ସିନେମା ପରେ ସେ ବିକ୍ରମ ଓ ବେତାଳ ଧାରାବାହିକ ରେ ଅଭିନୟ କାଲେ । ଏହି ଧାରାବାହିକରେ ସେ ରାଜା ବିକ୍ରମାଦିତ୍ୟ ଙ୍କ ଅଭିନୟ ଏତେ ଜୀବନ୍ତ କଲେ ଯେ ତାଙ୍କୁ ଦେଖି ରାମାନନ୍ଦ ସାଗର, ରାମାୟଣ ରେ ଶ୍ରୀରାମ ଙ୍କ ଅଭିନୟ ଦେଲେ ।

କିନ୍ତୁ ତା ପରେ ସେ ଏହି ଶ୍ରୀ ରାମ ଙ୍କ ଅଭିନୟ ରୁ ବାହାରକୁ ବାହାରି ପାରିଲେନି ଓ  ରାମା ଙ୍କ ଆଦର୍ଶ କୁ ନିଜ ଜୀବନ ସହ ସାମିଲ କରିନେଲେ । ବର୍ତମାନ ସେ ବ୍ର୍ହମର୍ଷୀ ଶ୍ରୀ କୁମାର ସ୍ଵାମୀ ଙ୍କ ମାର୍ଗ ଦର୍ଶନ ରେ ନିଜକୁ ସାମାଜିକ କାର୍ଯ୍ୟରେ ଲିପ୍ତ କରେଇଲେ ।

ସର୍ବାଦମାନ ବନେର୍ଜୀ – ଶ୍ରୀ କୃଷ୍ଣ ଧାରାବାହିକ ର ଲୋକପ୍ରିୟ କଳାକାର ଏବେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି 

Related posts

ସୋସିଆଲ୍‌ ମିଡିଆରେ ବାଦ୍‌ଶାହା ଶାହାରୁଖ ଖାନଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍‌ ପଚାରଲେ ଏପରି ପ୍ରଶ୍ନ

ଦିଲ୍ଲୀରେ ଆୟୋଜିତ ରିସେପ୍ସନରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ବିରୁଷ୍କା

ମୁମ୍ବାଇର ଏହି ପଞ୍ଚତରକା ହୋଟେଲରେ ହେବାକୁ ଯାଉଛି ବିରାଟ ଓ ଅନୁଷ୍କାଙ୍କ ଭବ୍ୟ ରିସେପସନ