ଭୁବନେଶ୍ଵରରେ ଅରୁନ୍ଧତୀ ଜୁଏଲର୍ସ ଶୁଭାରମ୍ଭ, କରିଶ୍ମା କପୁର ଓ ଅର୍ଚ୍ଚିତା ସାହୁ ଯୋଗଦେଲେ

ପଶ୍ଚିମ ଓଡିଶାର ବୃହତମ ଜୁଏଲରୀ ଅରୁନ୍ଧତୀ ଜୁଏଲର୍ସ, ଭୁବନେଶ୍ୱର ଜନପଥଠାରେ ତାର ନୂଆ ସୋରୁମ ର ଶୁଭାରମ୍ଭ କରିଛି ।   ୩୦୦୦ ବର୍ଗଫୁଟ୍‌ ବିଶିଷ୍ଟ ଏହି ସୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଏବଂ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ତଥା ଓଲିଉଡ ର ଚୂଲବୁଲି ନାୟିକା ଅର୍ଚ୍ଚିତା ସାହୁ ଗତକାଲି ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ ଏହାର ତିନିଟି ସୋରୁମ  ସମ୍ୱଲପୁର ,ବଲାଙ୍ଗୀର ଏବଂ ଭବାନୀପାଟଣା ଠରେ ରହିଥିବା ବେଳେ ଏହା ଚତୁର୍ଥ ସୋରୁମ।

ଏହି ସୋରୁମରେ ଅତ୍ୟାଧୁନିକ ଡିଜାଇନ ସହ  ବିଆଇଏସ୍ ୯୧୬ ହଲମାର୍କ ସୁନା ଏବଂ ଆଇଜିଆଇ ସାର୍ଟିଫିକେଟ୍ ହୀରା ଗହଣା ମାନ ଉପଲବ୍ଧ ହେବ। ଏହି ଶୁଭ ଅବସରରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିଦ୍ଧେର୍ଶକ ବ୍ରହ୍ମାନନ୍ଦ ମେହେର ଓ ଅଚ୍ୟୁତାନନ୍ଦ ମେହେର, କମ୍ପାନୀ ତରଫରୁ ଆକର୍ଷଣୀୟ ଅଫର ସବୁ ଘୋଷିତ କରିଛନ୍ତି । ସମସ୍ତ ପ୍ରକାର ଗହଣା କିଣା ଉପରେ ମାଗଣା ସୁନା କଏନ୍‌, ୧୫୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ପରି ଅଫର ସବୁ ରହିଛି ।

ଏହା ବ୍ୟତୀତ ସୁନାଗହଣା କ୍ରୟ ଉପରେ ମାଗଣା ବୀମା, ଇ.ଏମ୍.ଆଇ ବ୍ୟବସ୍ଥା, ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ଗୋଲ୍ଡ ଡିକ୍ଟେସନ୍‌ ମେସିନ, ସୁନା ଗହଣା କ୍ରୟରେ ଲାଇଫଟାଇମ୍ ଫ୍ରି ସେବା, ଲୟାଲିଟି ପୋଗ୍ରାମ ପାଇଁ ବିଭିନ୍ନ ପ୍ରକାରର ପୁରସ୍କାର ଏବଂ ଉପହାର ମଧ୍ୟ ରହିଛି । ଯାହା ଗ୍ରାହକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ।

ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର କହିଛନ୍ତି ଯେ, ଓଡ଼ିଶାରେ ମୋର ଏତେ ସଂଖ୍ୟକ ପ୍ରଶଂସକ ଦେଖି ମୁଁ ବିମୋହିତ ଏବୋଂ ଅରୁନ୍ଧତୀ ଜୁଏଲର୍ସ ସହିତ ଜଡ଼ିତ ହୋଇଥିବାରୁ ମୁଁ ବହୁତ ଖୁସି ।

ଏହି ଅବସରରେ ଅର୍ଚ୍ଚିତା କହିଛନ୍ତି ଯେ, ଏହି ସୋରୁମରେ ମିଳୁଥିବା ସୁନା ଗହଣା ବହୁତ ସୁନ୍ଦର। ଅରୁନ୍ଧତୀ ଜୁଏଲର୍ସର ଗହଣା ଦେଖି ଯେ କେହି ବିମୋହିତ ହୋଇଯିବେ।
ଜଙ୍କଫୁଡ ଖାଇବା ଦ୍ଵାରା କି ଅସୁବିଧା ହୁଏ ଜାଣନ୍ତୁ

Related posts

Wedding Venues In Kolkata: What To Look For ?

୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ