ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ

ବୃଦ୍ଧକାଳରେ ଆଉ ସହି ହେଉନାହିଁ ଅଜୀବନ କାରାଦଣ୍ଡ। ଆଶାରାମକୁ ବାଧୁଛି ଜେଲ ଦଣ୍ଡ। ରାଜ୍ୟପାଳଙ୍କୁ କ୍ଷମା ମାଗିଲେ ଆତ୍ମଘୋଷିତ ବାବା ଅଶାରାମ ବାପୁ। ଏ ନେଇ ସେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ନିକଟକୁ ଏକ ଆବେଦନ ପତ୍ର ପଠାଇଛନ୍ତି। ବୟସ ଦୃଷ୍ଟିକୋଣରୁ ତାଙ୍କୁ ପ୍ରଦାନ କରାଯାଇଥିବା ଆଜୀବନ କାରାଦଣ୍ଡାଦେଶ ଅତ୍ୟନ୍ତ କଠୋର ହୋଇଥିବାରୁ ତାହାକୁ କୋହଳ କରିବାକୁ ଉକ୍ତ ଆବେଦନରେ ସେ ନିବେଦନ କରିଛନ୍ତି। ତାଙ୍କ ରାଜକ୍ଷମା ଆବେଦନକୁ ରାଜ୍ୟପାଳ ଇତିମଧ୍ୟରେ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇ ସବିଶେଷ ରିପୋର୍ଟ ଲୋଡିଛନ୍ତି। ଆବେଦନଟି ଏବେ ଗୃହ ମନ୍ତ୍ରଣାଳୟରୁ ଯୋଧପୁର କେନ୍ଦ୍ରୀୟ କାରାଗାର ପ୍ରଶାସନ ଏବଂ ପରେ ଜିଲା ପ୍ରଶାସନ ନିକଟରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ,ନିଜକୁ ଭଗବାନ ବୋଲି କହୁଥିବା ଆଶାରାମ ବାପୁ ଗତ ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ନିଜ ଆଶ୍ରମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହାର ଶୁଣାଣୀରେ ତାଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଥିଲା । ପରେ ସେବେଠୁ ଏବେ ଯାଏଁ ଆଶାରାମ ଆଜୀବନ କାରାଦଣ୍ଡ ସହିଆସୁଛନ୍ତି । ତେବେ ଗତ ଜୁଲାଇ ୨ ତାରିଖରେ ଏହି ରାୟ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଶାରାମ । ସେପଟେ ହାଇକୋର୍ଟରେ ଏହାର ଶୁଣାଣୀ ପାଇଁ ଏଯାଏଁ ତାଲିକା ଭୁକ୍ତ ହୋଇନଥିବା ଜଣାପଡିଛି।

ପଢନ୍ତୁ;ଜମ୍ମୁ-କଶ୍ମୀର, ହରିୟାଣାରେ ଭୂକମ୍ପ ଝଟକା

Related posts

ଟେକ୍ସାସ୍‌ରେ ଆତଙ୍କ ଖେଳାଇ‌ଲା ବାତ୍ୟା ‘ଇମେଲ୍‌ଡା’ ଅଟକି ପାରେ ‘ହାଓଡି ମୋଦି’

ଗାନ୍ଧୀ ଜୟନ୍ତୀରୁ ଯୁକ୍ତ୨ କଲେଜରେ ପ୍ଲାଷ୍ଟିକ୍‌ ମନା

ଲ୍ୟାଣ୍ଡର ବିକ୍ରମକୁ ଅଲବିଦା, ଗଗନୟାନ ଉପରେ ପ୍ରାଥମିକତା ଦେଲା ଇସ୍ରୋ