ଦୀର୍ଘ ଦିନର ଶତୃତା ଭୁଲି ସୋନମଙ୍କୁ ଶୁଭେଚ୍ଛା ଜଣାଇଲେ ଐଶ୍ୱର୍ଯ୍ୟା!

ବଡ଼ ଧୁମ୍‌ଧାମରେ ମୁମ୍ବାଇଠାରେ ଆୟୋଜିତ ହୋଇଥିଲା ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ସୋନମ କପୁରଙ୍କ ବିବାହ। ମୁମ୍ବାଇର ବାନ୍ଦ୍ରାଠାରେ ମାଉସୀ କବିତା ସିଂହଙ୍କ ବାସଭବନ ପରିସରରେ ସୋନମ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା। ଅନେକ ଷ୍ଟାର୍‌ମାନଙ୍କର ସୋନମଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ। ଦୀର୍ଘ ଦିନର ଶତୃତା ଭୁଲି ସୋନମ ନିଜ ବାହାଘର ଉତ୍ସବକୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିମନ୍ତ୍ରିତ କରିଥିଲେ।

ଆପଣଙ୍କୁ କହିରଖୁଛୁ ପ୍ରାୟ ୧୦ ବର୍ଷ ତଳୁ ସୋନମ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋନମ ଏକ ସାକ୍ଷାତକାର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଦୁଇ ସୁନ୍ଦରୀ ପରସ୍ପରର ବିରୋଧୀ ପାଲଟି ଯାଇଥିଲେ। ସୋନମ କହିଥିଲେ କି ଐଶ୍ୱର୍ଯ୍ୟା ହେଉଛନ୍ତି ଭିନ୍ନ ଏକ ପିଢ଼ିର ‘ଆଣ୍ଟି’ଙ୍କ ପରି। ସୋନମଙ୍କର ଏହି କଥାକୁ ଟିକେ ଦେହକୁ ନେଇ ଯାଇଥିଲେ ଐଶ୍ୱର୍ଯ୍ୟା। ଏପରିକି କେଉଁ ଉତ୍ସବରେ ଯଦି କଦବା କ୍ୱଚିତ ଦୁହେଁ ମୁହାଁମୁହିଁ ହୋଇ ଯାଇଥିଲେ ତେବେ ବାଟ ଭାଙ୍ଗି ଯିବା ବ୍ୟତୀତ ଅନ୍ୟ କିଛି ଘଟୁ ନଥିଲା।

ତାଙ୍କ ବିବାହ ଉତ୍ସବରେ ବିଗ୍‌ ବି ଅମିତାଭ ତାଙ୍କ ପୁଅ ଅଭିଷେକ ଓ ଝିଅ ଶ୍ୱେତାଙ୍କ ସହ ବିବାହ ଉତ୍ସବରେ ପହଞ୍ଚିଥିଲେ। ହେଲେ ଦେଖିବାକୁ ମିଳିନଥିଲେ ଐଶ୍ୱର୍ଯ୍ୟା। ଲୋକଙ୍କ ଭିତରେ କଥା ଚାଲିଥିଲା ଯେ ଐଶ୍ୱର୍ଯ୍ୟା ବୋଧେ ସୋନମଙ୍କୁ କ୍ଷମା କରିନାହାନ୍ତି। ମାତ୍ର ଏହା ଭୁଲ୍‌ ପ୍ରମାଣିତ ହୋଇଛି ସୋନମଙ୍କ ଭୋଜିରେ ଉପସ୍ଥିତ ହୋଇଛନ୍ତି ବଚ୍ଚନ ବୋହୂ।

ଉଲ୍ଲେଖଯୋଗ୍ୟ, ସୋନମଙ୍କ ଭୋଜିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସହ ଆହୁରି ବଡ଼ ବଡ଼ କଳାକାର ସବୁ ଉପସ୍ଥିତ ହୋଇଥିଲେ। ଅଭିନୋତା ସଲମାନ,ଶାହାରୁଖ , ରଣବିର ସିଂହ ଏବଂ ମିଖା ସିଂହ ନିଧୁମ୍‌ ନାଚିଥିବାର ଦେଖିବାକୁ ମିଳିଥିଲା।

ପଢନ୍ତୁ; ରସଗୋଲା ବିବାଦ:ଜବାବ ଦାଖଲ ପାଇଁ ଓଡିଶା ଓ ପଶ୍ଚିମବଙ୍ଗକୁ ହାଇକୋର୍ଟଙ୍କ ନୋଟିସ୍‌

Related posts

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

‘100% LOVE’ର ଶୁଭ ମୁହୁରତ

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର