ମାଛରୁ କ୍ୟାନସର! ଓଡ଼ିଶାକୁ ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ଲାଗିପାରେ କଟକଣା

ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ତାଜା ରଖିବା ପାଇଁ ଦିଆଯାଉଛି ଫର୍ମାଲିନ। ଆଉ ଏହି ଫାର୍ମାଲିନ ଘାତକ କ୍ୟାନ୍‌ସର ରୋଗ ସୃଷ୍ଟି କରିଥାଏ। ଏହାକୁ ଦୃଷ୍ଟିରେ ରଖି ଆସାମ ସରକାର ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟ ରାଜ୍ୟରୁ ୧୦ ଦିନ ଲାଗି ମାଛ ଆମଦାନୀ ବନ୍ଦ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଫର୍ମାଲିନ ବ୍ୟବହାର ଦ୍ୱାରା ମାଛ ଅନେକ ଦିନ ଧରି ସତେଜ ରହିଥାଏ। ଯାଞ୍ଚ୍‌ ସମୟରେ ଏହା ରହିଥିବାର ଜଣାପଡ଼ିବାରୁ ଆସାମ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁଶ୍‌ ହଜାରିକା ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଆସାମ ସରକାରଙ୍କ ନିଷ୍ପତି ପରେ ଏବେ ଓଡ଼ିଶା ସରକାରଙ୍କ ଚେତା ପଶିଛି । ଓଡ଼ିଶାକୁ ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ଲାଗିପାରେ କଟକଣା। ଏନେଇ ସୂଚନା ଦେଇଛନ୍ତି କୃଷି ଓ ମତ୍ସ୍ୟ ସମ୍ପଦମନ୍ତ୍ରୀ ପ୍ରଦୀପ ମହାରଥୀ । ଅାନ୍ଧ୍ରରୁ ଯେଉଁ ମାଛ ଆସି ଓଡ଼ିଶା ବଜାରରେ ବିକ୍ରି ହେଉଛି ସେଥିରେ ଅତ୍ୟନ୍ତ କ୍ଷତିକାରକ କେମିକାଲ୍‌ ବ୍ୟବହାର ହେଉଛି ବୋଲି ଅଭିଯୋଗ ହୋଇଛି । ତେଣୁ ଅାନ୍ଧ୍ରରୁ ଆସୁଥିବା ମାଛକୁ ଏନେଇ ଯାଞ୍ଚ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରଥୀ।

ତେବେ ଏଭଳି କାମରେ ଲିପ୍ତ ଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ସହିତ ୭ ବର୍ଷ କାରାଦଣ୍ଡାଦେଶ କରାଯିବାର ଆଇନ ରହିଥିବା ମନ୍ତ୍ରୀ ସୂଚିତ କରିଛନ୍ତି।

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ?

Related posts

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ