ଏଟିଏମ୍ ରେ ନାହିଁ ଟଙ୍କା , ସାରା ରାଜ୍ୟରେ ଟଙ୍କା ପାଇଁ ହାହାକାର!

ଏଟିଏମ୍ ଖାଲି

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ,କର୍ନାଟକ ଏବଂ ଓଡିଶା ଆଦି କେତେକ ରାଜ୍ୟରେ ଏବେ କ୍ୟାଶ ବା ନଗଦ ଅର୍ଥ ସମସ୍ୟା ଦେଖାଦେଇଛି। ଏହି ରାଜ୍ୟଗୁଡିକର ବିଭିନ୍ନ ସହରରେ ଥିବା ଏଟିଏମ୍‌ଗୁଡିକରେ ଟଙ୍କା ନାହିଁ। କେଉଁଟିରେ କ୍ୟାଶ ନାହିଁ ତ କେଉଁଟି ଆଉଟ୍‌ ଅଫ୍‌ ସର୍ଭିସ୍‌ ବୋଲି ଉଲ୍ଲେଖ କରାଯାଇଛି। ଏପରି କି ରାଜଧାନୀ ଦିଲ୍ଲୀରେ ମଧ୍ୟ କେତେକ ଏଟିଏମ୍‌ରେ ତାଲା ପଡିଛି।

ସରକାର ଏବଂ ରିଜର୍ଭ ବ୍ୟାଙ୍କ ତରଫରୁ ଏନେଇ ବିଭିନ୍ନ କାରଣ ଦର୍ଶାଯାଇଛି। ଏହା ସହ ସରକାର କହିଛନ୍ତି କି, ବହୁତ ଜଲଦି ପରିସ୍ଥିତିରେ ସୁଧାର ଆସିବ । ଏଟିଏମରେ କ୍ୟାସ ନଥିବାର ବଡ କାରଣ ଗ୍ରାହକଙ୍କ ଦ୍ୱାରା ମାତ୍ରାଧିକ ଟଙ୍କା ଉଠାଣକୁ ଦାୟୀ କରାଯାଇଛି।

ଆବଶ୍ୟକତାରୁ ଅଧିକ ପରିମାଣର ଟଙ୍କା ଉଠାଣ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆରବିଆଇ କହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ । ୨୦୧୬ ନଭେମ୍ବର ୮ତାରିଖ ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଏହିଭଳି ଅବସ୍ଥା ଦେଖିବାକୁ ମିଳିଥିଲା । ଗ୍ରାହକମାନେ ଟଙ୍କା ଉଠାଇବା ପାଇଁ ଏଟିଏମ ଆଗରେ ଧାଡି ଲଗାଇଥିଲେ।

ପଢନ୍ତୁ; ବେଙ୍ଗାଲୁରୁକୁ ୪୬ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ!

Related posts

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ଏହି ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

ପାରିକର ହିଁ ଗୋଆର ମୁଖ୍ୟମନ୍ତ୍ରୀ ରହିବେ