ଆଜିଠୁ ଅଷ୍ଟ୍ରେଲିଆନ ଓପନ୍‌: ଅଭିଯାନ ଆରମ୍ଭ କରିବେ ଫେଡେରର,ଓଜନିଆକି

ପ୍ରତୀକ୍ଷା ଶେଷ ହୋଇଛି। ଆଜିଠୁ ଆରମ୍ଭ ହେବାକୁ ଯାଉଛି ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌। ପ୍ରଥମ ଦିନରେ ୫ ଜଣ ପୂର୍ବତନ ଚାମ୍ପିୟନ ଅଭିଯାନ ଆରମ୍ଭ କରିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ଗତ ବର୍ଷର ଦୁଇ ସିଙ୍ଗିଲ୍ସ ଚାମ୍ପିଅନ ଓଜନିଆକି ଓ ଫେଡେରର।

ନମ୍ବର ଓ୍ବାନ ଜୋକୋଭିଚ୍‌ ଓ ତୃତୀୟ ସିଡ୍‌ ଫେଡରର ଆଲେକ୍‌ଜାଣ୍ଡର ଜେଭରେଭଙ୍କ ଭଳି ଯୁବ ଖେଳାଳିଙ୍କଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ପାରନ୍ତି।

ଏହି ପ୍ରତିଭାସମ୍ପନ୍ନ ଖେଳାଳି ଜଣକ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ଲକ୍ଷ୍ୟରେ ଅଛନ୍ତି। ଅଷ୍ଟ୍ରେଲିଆନ ଓପନ ପୂର୍ବରୁ ମୁରେ ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ପିଚାରେ ଯନ୍ତ୍ରଣା ଯୋଗୁ ସେ ଓ୍ବିମ୍ବେଲଡନ ପରେ ଅବସର ନେବେ। ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ରାଫାଲ ନାଡାଲଙ୍କ ଫିଟ୍‌ନେସ୍‌ ନେଇ ଏବେ ପ୍ରଶ୍ନ ଉଠୁଛି। ସେ ବ୍ରିସ୍‌ବେନ ଓ୍ବାର୍ମ-ଅପ୍‌ରୁ ଓହରିଯାଇଥିଲେ। କିନ୍ତୁ ମେଲବୋର୍ନରେ ପହଞ୍ଚତ୍ ନିଜକୁ ଫିଟ୍‌ ବୋଲି ଘୋଷଣା କରିଛନ୍ତି।

ସେ ତାଙ୍କ ସର୍ଭିସ ଷ୍ଟାଇଲରେ ପରିବର୍ତ୍ତନ କରିଥିବା କଥା କହିଛନ୍ତି। ଏଥିରୁ ସୂଚନା ମିଳୁଛି ‘ବିଗ୍‌ ଫୋର’ଙ୍କ ଯୁବ ସମାପ୍ତ ହେବା ଉପରେ। ଫେଡରର ସୋମବାର ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ଡେନିସ୍‌ ଇସ୍ତୋମିନ୍‌ଙ୍କୁ ଭେଟିବେ।

ପଢନ୍ତୁ; ଛାତିରେ କେଶ ଥିବା ବ୍ୟକ୍ତି ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଜାଣନ୍ତୁ ଏହାର କାରଣ

Related posts

ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

ଓଡ଼ିଶା ଏଫ୍‌ସି ଲୋଗୋରେ କୋଣାର୍କ ଚକ

କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍