ଆଇଆରସିଟିସି ଦୁର୍ନୀତି ମାମଲା: ଲାଲୁଙ୍କ ପତ୍ନୀ ଓ ପୁଅଙ୍କୁ ମିଳିଲା ଜାମିନ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଏବଂ ତାଙ୍କ ପୁତ୍ର ତେଜସ୍ୱୀ ଯାଦବକୁ ଆଜି ଆଇଆରସିଟିସି ସ୍କିମ ସହ ଜଡିତ ମାମଲାରେ ପଟିଆଲା ହାଉସ ଅଦାଲତ ଏହି ଦୁଇ ଜଣଙ୍କ ଜାମିନ ମଞ୍ଜୁର କରିଛି । ରାବିଡ ଏବଂ ତେଜସ୍ୱୀ ଆଜି କୋର୍ଟରେ ହାଜର ହୋଇଥିଲେ ଯାହାଫଳରେ କୋର୍ଟ ସେମାନଙ୍କୁ ୧ଲକ୍ଷ ବଣ୍ଡରେ ଜାମିନ ଦେଇଛନ୍ତି । କୋର୍ଟରେ ଲାଲୁଙ୍କର ମଧ୍ୟ ହାଜିର ହେବାର ଥିଲା କିନ୍ତୁ ସେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ଜାମିନ ମିଳି ନଥିଲା ।

ପୁରୀ ଓ ରାଞ୍ଚିରେ ଦୁଇଟି ହୋଟେଲକୁ ବେଆଇନ୍ ଭାବେ ଲିଜ୍ ଦିଆଯିବା ଘଟଣାର ସିବିଆଇ ତଦନ୍ତ କରୁଛି । ଲାଲ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଏସବୁ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି । ପାରୋଲରେ ଆସିବା ପରେ ପୁଣି ଜେଲ୍କୁ ଫେରିଛନ୍ତି ଲାଲୁ । ତେବେ ତାଙ୍କ ପତ୍ନୀ ଓ ପୁଅ ସମେତ ଅନ୍ୟମାନଙ୍କୁ ଜାମିନ ମିଳିବା ଘଟଣା ରାଷ୍ଟ୍ରୀୟ ଜନତା ଦଳକୁ ଆଶ୍ବସ୍ତି ଦେଇଛି।

ସୂଚନା ଅନୁଯାୟୀ, କାଲି ରାଂଚି କୋର୍ଟରେ ଲାଲୁ ଆତ୍ମସମର୍ପଣ କରି ସାରିଛନ୍ତି । ଆତ୍ମସମର୍ପଣ କରିସାରିବା ପରେ ସେ ରିମ୍ସ ମେଡିକାଲରେ ଭର୍ତି ହୋଇଥିଲେ । ସିବିଆଇ ତରଫରୁ ଚାର୍ଜସିଟି ଦାଖିଲ କରାଯିବା ପରେ ପଟିଆଲା ହାଉସ୍ କୋର୍ଟ ସମସ୍ତଙ୍କୁ ସମନ ପଠାଇଥିଲା।

ପଢନ୍ତୁ; ଷ୍ଟାଲିନ୍‌ଙ୍କ ନେତୃତ୍ଵକୁ ମାନିବେ ଆଲାଗିରି

Related posts

ପରୀକ୍ଷାରେ ଛାତ୍ରୀଙ୍କୁ ପ୍ରଫେସର ପଚାରିଲେ କେମିତି ଚାହୁଁଛ ବୟଫ୍ରେଣ୍ଡ, ମୁଁ ହେଲେ ଚଳିବ?

ପ୍ରଥମ ୩ ମାସରେ ଜିଓର ନିଟ୍‌ ଲାଭ ୮୯୧ କୋଟି

ପୁରୀ ମେଡିକାଲରେ ବିପର୍ଜ୍ୟସ୍ଥ ସ୍ବାସ୍ଥ୍ୟସେବା: ନିଜ ସାଲାଇନ ନିଜେ ଧରିଲେ ରୋଗୀ