ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ।  ମୁଖ୍ୟମନ୍ତ୍ରୀ ଆଜି ଦିନ ୧୧ଟା ସମୟରେ କଲେଜ କ୍ୟାମ୍ପସରେ ପହଞ୍ଚି ଅନୁଷ୍ଠାନିକ ଭାବେ ମେଡିକାଲ କଲେଜର ଲୋକାର୍ପଣ କରିବେ । ରାଜ୍ୟର ପଞ୍ଚମ ସରକାରୀ ମେଡିକାଲ କଲେଜ ଭାବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଲୋକାର୍ପିତ କରିବେ ନବୀନ ପଟ୍ଟନାୟକ ।

ଦୀର୍ଘ ୪୦ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ଆଜିଠୁ ଆରମ୍ଭ ହେବ ପାଠପଢା । ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ । ବର୍ତମାନ ପର୍ଯ୍ୟନ୍ତ ୧୦୦ ଟି ସିଟରେ ନାମ ଲେଖା ସରିଥିବା ବେଳେ ଏମବିବିଏସ୍ ପ୍ରଥମ ବର୍ଷରେ ୩୩ ଜଣ ଛାତ୍ରୀ ଓ ୬୭ ଜଣ ଛାତ୍ର ଆଡମିଶନ ନେଇଛନ୍ତି। ଏହି ମେଡିକାଲ କଲେଜ ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ ବରଂ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ।

ଓଡିଆ ସିନେମା ଶିବା ନଟ ଆଉଟ ର ଗୀତ ଶୁଟିଂ ସମୟ ଭିଡିଓ ଦେଖନ୍ତୁ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ