୫ ମାସ ଲାଗି କ୍ରିକେଟରୁ ନିଲମ୍ବିତ ହେଲେ ୟୁସୁଫ ପଠାନ

ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଔଷଧ ସେବନ କରିଥିବା କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ୫ ମାସ ଲାଗି ବାସନ୍ଦ କରିଛି। ବିସିସିଆଇ ପକ୍ଷରୁ ମଙ୍ଗଳବାର ଜାରି ଏକ ବିବୃତିରେ କୁହାଯାଇଛି, ୟୁସୁଫ୍‌ ଡୋପ୍‌ ନିୟମ ଉଲ୍ଲଂଘନ କରିଛନ୍ତି।

ସେ ଭୁଲବଶତଃ କାଶର ସିରପ ପିଇ ଦେଇଥିଲେ। ଯେଉଁଥିରେ ପ୍ରତିବନ୍ଧିତ ପଦାର୍ଥ ସାମିଲ ଥିଲା। ୟୁସୁଫଙ୍କ ଉପରେ ବୋର୍ଡ ପୂର୍ବରୁ ନିର୍ଦ୍ଧାରିତ ଥିବା ପାଞ୍ଚ ମାସର ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଜାନୁଆରୀ ୧୪ରେ ଶେଷ ହେବାକୁ ଯାଉଛି। ଯାହା ଦ୍ଵାରା ଆଇପିଏଲରେ ଖେଳିବା ପାଇଁ ୟୁସୁଫଙ୍କ ପଥ ପରିଷ୍କାର ହୋଇଛି। ବିସିସିଆଇ ମଧ୍ୟ ସ୍ଵୀକାର କରିଛି ଯେ ୟୁସୁଫ ଭୁଲବଶତଃ ପ୍ରତିବନ୍ଧିତ ପଦାର୍ଥ ସେବନ କରି ଦେଇଥିଲେ।

ଅକ୍ଟୋବରରେ ଏହା ସ୍ପଷ୍ଟ ହେବା ପରେ ୟୁସୁଫଙ୍କ ଉପରେ ଅଗଷ୍ଟ ୧୫ ତାରିଖରୁ ୫ ମାସିଆ ନିଲମ୍ବନ ଲାଗୁ କରାଯାଇଥିଲା। ବିସିସିଆଇର ଏଡିଆର୍‌ (ଆଣ୍ଟି ଡୋପିଂ ରୁଲ୍‌ସ) ଧାରା ୧୦.୧୦.୨ ଏବଂ ୧୦.୧୦.୧ ଅନୁସାରେ ପଠାନଙ୍କୁ ନିଲମ୍ବିତ କରାଯାଇଥିଲା।

ଏହା ପରେ ୟୁସୁଫ୍‌ ପଠାନ୍‌ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ଭବିଷ୍ୟତରେ ମୁଁ ଔଷଧ ନେବାବେଳେ ନିଶ୍ଚିତ ଯତ୍ନଶୀଳ ରହିବି। ଗଳା ସଂକ୍ରମଣ ପାଇଁ ମୁଁ ନେଇଥିବା ଔଷଧ କାରଣରୁ ଏହି ନିଷିଦ୍ଧ ଉପାଦାନ ମିଳିଥିଲା। ଏଥି ସହ ମୁଁ ବିସିସିଆଇ, ବରୋଦା କ୍ରିକେଟ୍‌ ସଂଘ, ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଏଣିକି କୌଣସି ଔଷଧୀୟ ସେବନ ବେଳେ ଯତ୍ନବାନ ରହିବି।
ସୂଚନାଯୋଗ୍ୟ, ବିସିସିଆଇର ୫ ମାସିଆ ନିଲମ୍ବନ କାର୍ଯ୍ୟକାରୀ ହେବା ପୂର୍ବରୁ ୩୫ ବର୍ଷୀୟ ୟୁସୁଫ୍‌ ୨୦୧୭-୧୮ କ୍ରିକେଟ୍‌ ଋତୁରେ ବରୋଦା ପାଇଁ ୨ଟି ରଣଜୀ ମ୍ୟାଚ୍‌ ଖେଳି ମଧ୍ୟପ୍ରଦେଶ ବିପକ୍ଷରେ ୧୧୧ ଏବଂ ୧୩୬* ରନ୍‌ କରିଥିଲେ। ଏବେ ସେ ସୟଦ ମୁସ୍ତାକ ଅଲୀ ଟ୍ରଫି ଟେ୍ଵଣ୍ଟି-୨୦ରେ ଖେଳି ପାରୁନାହାନ୍ତି। କିନ୍ତୁ ଏହାର ସୁପର୍‌ ଲିଗ୍‌ ପର୍ଯ୍ୟାୟ ବେଳକୁ ନିଲମ୍ବନ ଉଠିଯାଉଥିବାରୁ ସେ ଖେଳିବାକୁ ଉପଲବ୍‌ଧ ହେବେ।

ପଢନ୍ତୁ;

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ

Related posts

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ହରାଇଲା ଭାରତ

ମହିଳା ଟି୨୦ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ