ସପ୍ତାହରେ ୨ଥର ନିମ୍ବ ପାଣିରେ ଗାଧେଇଲେ ଦୂର ହୋଇଥାଏ ଅନେକ ସମସ୍ୟା ! ଜାଣନ୍ତୁ ଏହି ପାଣିର ଫାଇଦା ସମ୍ପର୍କରେ

ନିମ୍ବ ପତ୍ରରେ ଅନେକ ଫାଇଦା ରହିଛି। ନିମ୍ବ ସବୁ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ। ନିମ୍ବ ପାଣିରେ ଗାଧେଇବା ଦ୍ଵାରା ଅନେକ ରୋଗ ସମସ୍ୟା ଦୂର ହୋଇଥାଏ। ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ । ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ । ନିମ୍ବ ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ପ୍ରତି ଅଂଶରେ ଶରୀରର ଲାଭ ପାଇଁ ବ୍ୟବହୃତ ହୋଇପାରିବ । ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗକୁ ନଷ୍ଟ କରିବାର କ୍ଷମତା ରହିଛି।

ନିମ୍ବ ପାଣି କିପରି ପ୍ରସ୍ତୁତ କରିବେ ଜାଣନ୍ତୁ–

କିଛି ନିମ୍ବ ପତ୍ର ଆଣି ତାକୁ ପ୍ରଥମେ ଧୋଇ ଦିଅନ୍ତୁ । ଏକ ବଡ଼ ବାସନରେ ପାଣି ଫୁଟାଇ ସେଥିରେ ନିମ୍ବ ପତ୍ର ପକାନ୍ତୁ । ପତ୍ର ପକାଇବା ପରେ ପାଖାପାଖି ୫ ରୁ ୧୦ ମିନିଟ୍ ସିଝାନ୍ତୁ । ଯେତେବେଳେ ପାଣିର ରଙ୍ଗ ହାଲୁକା ହଳଦିଆ ହୋଇଗଲେ ଆଞ୍ଚରୁ ପାଣିକୁ ଓହ୍ଲାଇ ଆଣନ୍ତୁ । ଏବେ ଉକ୍ତ ପାଣିକୁ ଛାଣି ଦିଅନ୍ତୁ । ଏବେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ।

ଜାଣନ୍ତୁ ନିମ୍ବ ପାଣିରେ ଗାଧୋଇଲେ କଣ ଲାଭ ମିଳିଥାଏ-

  • ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଲିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ । ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା କେବଳ ରୂପି ସମସ୍ୟା ଦୂର ହୁଏନାହିଁ କେଶରେ ଚମକ ମଧ୍ୟ ବଢ଼େ।
  • ସିଝା ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆଖି ରୋଗରୁ ମୁକ୍ତି ମିଳେ । ତେଣୁ ଆପଣ ଯଦି ଆଖି ରୋଗରେ ପୀଡ଼ିତ ତେବେ ନିମ୍ବ ପାଣିରେ ଗାଧୋଇବା ଉଚିତ୍।
  • ଯଦି ଆପଣଙ୍କର ତ୍ୱଚା ସମ୍ମନ୍ଧୀୟ କିଛି ସମସ୍ୟା ଅଛି, ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏହା ଦୂର ହୋଇଥାଏ । ବସନ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିମ୍ବ ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଏ।
  • ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇ ଦାଗ ରହିଯାଇଛି ତେବେ ଏପରିସ୍ଥଳେ ଆପଣ ନିମ୍ବର ପାଣି ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସପ୍ତାହକୁ ୩-୪ ଥର ନିମ୍ବ ପାଣିରେ ଗାଧୋଇବାକୁ ପଡ଼ିବ।

ପଢନ୍ତୁ;

ରାଜନୀତିରେ ଯୋଗଦେବେ କି କଙ୍ଗନା ? ଜାଣନ୍ତୁ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ