ଉଚ୍ଚ ରକ୍ତଚାପ ସନ୍ତୁଳିତ କରିବାକୁ ପିଅନ୍ତୁ “ଲାଉ ଜୁସ୍” ! ଆସନ୍ତୁ ଜାଣିବା ଏହି ଜୁସ୍ ପିଇବା ଦ୍ଵାରା କଣ କଣ ଲାଭ ମିଳିଥାଏ

ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବା ପାଇଁ ଅନେକ ଲୋକ ପସନ୍ଦ କରିନଥାନ୍ତି। ଏହା ଶରୀର ପାଇଁ ବହୁତ ଉପକାରୀ । ତେବେ ଲାଉକୁ ରୋଷେଇ କରି ଖାଇବା ଓ ଜୁସ୍ କରି ପିଇବା ଦ୍ୱାରା କ’ଣ କ’ଣ ଲାଭ ମିଳେ ଜାଣିଲେ ଆପଣ ମଧ୍ୟ ଲାଉ ଖାଇବା ପାଇଁ ଆଗ୍ରହ ପ୍ରକାଶ କରିବେ।ଏହି ପରିବାରେ ରହିଛି ଅନେକ ପୋଷାକ ତତ୍ଵ । ୯୦ ପ୍ରତିଶତ ଜଳରେ ଭରପୁରରେ ରହିଥାଏ ଏହି ପରିବା । ଅତ୍ୟଧିକ ଜଳ ଥିିବାରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ସେଥିପାଇଁ ଗ୍ରୀଷ୍ମ ଦିନରେ ଲାଉ ଖାଇବା ଲାଭଦାୟକ ହୋଇଥାଏ ।

ଆସନ୍ତୁ ଜାଣିବା ଲାଉର କିଛି ଔଷଧୀୟ ଗୁଣ ବିଷୟରେ-

  1. ଲାଉ ଜୁସ୍ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ସନ୍ତୁଳିତ ହୋଇଥାଏ । କୋଲେଷ୍ଟରଲ ପରିମାଣ କମାଇବା ପାଇଁ ପ୍ରତିଦିନ ୨୦୦ ଗ୍ରାମ ଲାଉ ରସ ପିଅନ୍ତୁ। ପ୍ରତିଦିନ ସକାଳୁ ଲାଉ ଜୁସ୍ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଏଥିରେ ଥିବା ଫାଇବର ପାଚନତନ୍ତ୍ରକୁ ସୁସ୍ଥ ରଖେ।
  2. କେବେ କେବେ ପରିଶ୍ରା ଅମ୍ଳର ମାତ୍ରା ବଢ଼ିଯାଇ ପରିଶ୍ରା ପୋଡ଼ାଜଳା ହୁଏ । ଏମିତିରେ ଲାଉ ରସ ପିଇବା ଦ୍ୱାରା ଏଥିରୁ ରକ୍ଷା ମିଳେ।ଲାଉକୁ ସିଝାଇ ସେଥିରେ ସାମାନ୍ୟ ଲୁଣ ପକାଇ ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ।
  3. ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଉପକାରୀ । ଏଥିପାଇଁଁ ରୋଗୀକୁ ଲାଉ ରସରେ ସାମାନ୍ୟ ରାଶି ତେଲ ମିଶାଇ ପିଇବାକୁ ପଡିବ।
  4. ଆଜିକାଲି ହୃଦରୋଗୀଙ୍କ ସଂଖ୍ୟା ଅଧିକ । ଜୀବନଶୈଳୀ ଓ ଖାଦ୍ୟଶୃଙ୍ଖଳରେ ପରିବର୍ତ୍ତନ ଏହାର ଏକ ପ୍ରମୁଖ କାରଣ । ହୃହୟକୁ ସୁସ୍ଥ ରଖିବା ପାଇଁ ଲାଉ ରସରେ ଟିପେ ଗୋଲମରିଚ ଓ ସାମାନ୍ୟ ପୁଦିନା ରସ ମିଶାଇ ପିଅନ୍ତୁ।
  5.  ପ୍ରଦୂଷଣ ଯୋଗୁଁ ଅଳ୍ପ ବୟସରେ ହିଁ ଆଜିକାଲି ଯୁବଗୋଷ୍ଠୀ କେଶ ଝଡିବା ଓ କେଶ ପାଚିବାର ରୋଗର ଶିକାର ହେଉଛନ୍ତି । ତେଣୁ ପ୍ରତିଦନି ଏକ ଗ୍ଲାସ୍ ଲାଉ ରସ ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିବ।
  6.  ମୁଣ୍ଡରେ ଉପି ହେଉଥିଲେ ଅଁଳା ରସ ଓ ଲାଉ ରସକୁ ଏକାଠି ମିଶାଇ ପିଅନ୍ତୁ । ଏପରିକି ଏହି ମିଶ୍ରିତ ରସକୁ କେଶରେ ମାଲିସ କଲେ ଉପକାର ମିଳେ। ମାନସିକ ଚାପ ରୁ ରକ୍ଷା ପାଇବା ପାଇଁ ଲାଉ ସେବନ କରନ୍ତୁ । ଲାଉରେ ଥିିବା ପିତ୍ତନାଶକ ଗୁଣ ଶରୀରକୁ ଥଣ୍ଡା ରଖିବା ସହ ମସ୍ତିସ୍କକୁ ଶାନ୍ତ ରଖେ।
  7. ବ୍ୟାୟାମ ପରେ ଶରୀରରେ କାର୍ବୋହାଇଡ୍ରେଟର ଅଭାବ ଦେଖାଦିଏ । ଲାଉ ରସ ତାହା ପୂରଣ କରିଥାଏ । ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀର କ୍ଷମାତାକୁ ବଢ଼ାଇଥାଏ।

ପଢନ୍ତୁ;

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ