ଦେଶି ଘିଅ ଖାଇବା ଦ୍ଵାରା ଦୂରହୋଇଥାଏ ଶରୀରର ଅନେକ ସମସ୍ୟା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ସମସ୍ତଙ୍କର ପସନ୍ଦ ଦେଶିଘିଅ ପୋଷାକତତ୍ଵ ଏବଂ ଔଷଧିୟ ଗୁଣରେ ଭରପୁର ରହିଥାଏ। ଶୁଦ୍ଧ ଗାଈଘିଅ ପୂଜାପାଠରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ଘିଅକୁ ଭାତ ସହ ପରଷିବା ଏବଂ ତରକାରି ଛୁଙ୍କ ନିମନ୍ତେ ଘିଅ ବ୍ୟବହାର କରାଯାଇଥାଏ। ଆଜିର ସମୟରେ ଶୁଦ୍ଧ ଘିଅ ମିଳିବା ଖୁବ୍ କାଠିକର କାମ। ତେବେ ଏହା ନିୟମିତ ସେବନ କଲେ ସ୍ୱାସ୍ଥ୍ୟ ଉପରେ ଅନେକ ଉତ୍ତମ ପ୍ରଭାବ ପଡ଼େ।

ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ-

  • ଘିଅ ଖାଇବା ଦ୍ଵାରା ଆଖିର ଜ୍ୟୋତି ବଢ଼ିବା ସହ ତ୍ବଚାରେ ମଧ୍ୟ ବିଶେଷ ଚମକ ଆସେ।
  • ପାଚନ କ୍ରିୟା ଉପରେ ଉତ୍ତମ ପ୍ରଭାବ ପକାଉଥିବା ଘିଅ ଅମ୍ଳ ରୋଗକୁ ମଧ୍ୟ ନିୟନ୍ତ୍ରଣ କରେ।
  • ପ୍ରତ୍ୟହ ଘିଅ ସେବନ ପୂର୍ବରୁ ଏହା ଶୁଦ୍ଧ ଘିଅ କିମ୍ବା ନୁହେଁ, ତାହା ପରଖିନେବା ଉଚିତ। ନଚେତ୍ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି।
  • ଗର୍ଭବତୀ ମହିଳା ଘିଅ ସେବନ ନ କରିବା ଭଲ। କୌଣସି ଗରମ ଖାଦ୍ୟରେ ଘିଅ ପକାଇବା ଅନୁଚିତ। ଏହା ଦ୍ଵାରା ପେଟ ସମସ୍ୟା ଉପୁଜିଥାଏ।
  • ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ନିୟମିତ ଭାବରେ ହେଉଥିଲେ, ଘିଅର ଉପଯୋଗ ତରକାରିରେ କିମ୍ବା ୧ଛୋଟ ଚାମଚ ଖାଇବା ଉପକାରୀ।
  • ଦୈନିକ ଘିଅର ଉପଯୋଗରେ ଶରୀରରେ କୌଣସି ପ୍ରକାର ସଙ୍କ୍ରମଣ ହୁଏନାହିଁ।

ପଢନ୍ତୁ;

ଚୀନର ବାଦଶାହା ଜିନ୍‌ପିଙ୍ଗ୍‌ ହେବେ ଆଜୀବନ ରାଷ୍ଟ୍ରପତି !

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ