ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଭାରତୀୟ ଖାଦ୍ୟରେ ଲୋକପ୍ରିୟ ହେଉଛି ଦହି । ଏହା କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ସ୍ୱସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ତେଣୁ ସକାଳ ହେଉ ବା ଦିନ ବେଳା ଭୋଜନ । ପ୍ରତିଦିନ ଦହି ଖାଇବା ଉଚିତ୍ । ଦହି ପାଣି ପିଇବା ଦ୍ଵାରା ଅନେକ ଲାଭ ମଧ୍ୟ ମିଳିଥାଏ।

ଜାଣନ୍ତୁ ସେ ସମ୍ପର୍କରେ-

  • ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥିବାରୁ ଆପଣଙ୍କୁ ଭୋକ କମ୍‌ ଲାଗିଥାଏ, ଯାହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରିତ ରୁହେ।
  • ଏଥିରେ ଥିବା ଲାକ୍ଟିକ୍‌ ଏସିଡ୍‌ ଡାଇରିଆ ସମସ୍ୟାକୁ ଭଲ କରିଥାଏ।
  • ପର୍ବପର୍ବାଣୀରେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପରେ ଦହି ପାଣି ପିଇପାରିବେ। ଏହା ଆପଣଙ୍କ ପେଟରେ ତେଲ ଜିନିଷକୁ ପଚାଇ ହଜମ କରିବାରେ ସାହାଯ୍ୟ କରିଥାଏ।
  • ଦହିରେ ଥିବା ଇଲେକ୍ଟ୍ରୋଲାଇଟସ୍‌ ଆପଣଙ୍କ ଶରୀରରେ ଜଳୀୟଅଂଶର ମାତ୍ରାକୁ ଠିକ୍‌ ରଖିଥାଏ। ଏଥିପାଇଁ ଥଣ୍ଡାପାନୀୟ ବଦଳରେ ଦହିରେ ଗୋଲମରିଚ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଚନକ୍ରିୟା ମଧ୍ୟ ଠିକ୍‌ ରହିଥାଏ।

ପଢନ୍ତୁ; ଖାରବେଳ ସ୍ୱାଇଁଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

Related posts

କାଶ ଏବଂ କଫରୁ ମୁକ୍ତି ଦେଇଥାଏ ଅମରପୋଇ ପତ୍ର! ଜାଣନ୍ତୁ ଏହାର ଔଷଧିୟ ଗୁଣ

ସକାଳେ ପିଅନ୍ତୁ ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌,ମିଳିବ ଅନେକ ଫାଇଦା

ଶୀତରେ ଗୋଡ଼ ଫାଟୁଛିକି ? ଜାଣିରଖନ୍ତୁ ଏହି ସମସ୍ୟା ଦୂର କରିବାପାଇଁ କିଛି ଟିପ୍ସ