ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ଖରାଦିନେ ଦହିଭାତ ଖାଇବାର ମଜା କିଛି ଅଲଗା ଥାଏ। ଅଧିକାଂଶ ଲୋକ ଦହି ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ଜାଣିରଖନ୍ତୁ ଦହିଭାତ ଖାଇବା ଶରୀରପାଇଁ ବେଶ ଲାଭଦାୟକ। ଭାତରେ ଅନେକ ଭିଟାମିନ୍ସ ରହିଛି ଯଥା ପୋଟାସିୟମ୍‌,ଆଇରନ୍‌, ଫାଇବର ସେହିପରି ଦହିରେ କ୍ୟାଲସିୟମ୍‌, କାର୍ବୋହାଇଡେଟ,ପ୍ରୋଟିନ୍‌ ଆଦି ଗୁଣ ରହିଛି।

ତେବେ ଆସନ୍ତୁ ଜାଣିବା ଖରାଦିନେ ଦହିଭାତ ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ-

  • ଯେଉଁ ମାନେ ମୋଟାପଣକୁ ନେଇ ଚିନ୍ତିତ ସେମାନେ ନିୟମିତ ଦହିଭାତ ଖାଇଲେ ଏଥିରେ କମ କ୍ୟାଲେରୀ ଥିବା କାରଣରୁ ମୋଟାପଣ ହ୍ରାସ ପାଇଥାଏ।
  • ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି ତେବେ ନିୟମିତ ଦହିଭାତ ଖାଇଲେ, ଦହିରେ ଭରପୁର ମାତ୍ରାରେ ବ୍ୟାକଟେରିଆ ଥିବା କାରଣରୁ ପାଚନକ୍ରିୟା ସହଜ ହୁଏ।କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ।
  • ଆଜିକାଲି ଗ୍ୟାସ ସମସ୍ୟା ରହିଛି ତେଣୁ ଦହିଭାତ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। ଏହା ସହିତ ହଜମ କ୍ରିୟାକୁ ସହଜ କରିଥାଏ।
  • ଅନେକ ଲୋକ ଆଜିକାଲି ଚାପଗ୍ରସ୍ତ ରହୁଛନ୍ତି। ତେବେ ନିୟମିତ ଦହିଭାତ ଖାଇଲେ ଏଥିରେ ଥିବା ପ୍ରୋବାୟୋଟିକ ବ୍ୟାକ୍ଟେରିଆ, ଆଂଟି-ଅକ୍ସିଡେଂଟ ମନ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି।

ପଢନ୍ତୁ; ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ