ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ…

ସମସ୍ତେ ଜାଣନ୍ତି ଆମ୍ବ ଫଳ ମାନଙ୍କ ମଧ୍ୟରେ ରାଜା ଅଟେ। ଏହା ଅତ୍ୟନ୍ତ ସୁସ୍ୱାଦୁ। ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଶରୀର ପାଇଁ ବେଶ ଲାଭଦାୟକ ଅଟେ। ବହୁତ କମ ଲୋକ ଥିବେ ଯେଉଁ ମାନଙ୍କୁ ଆମ୍ବ ଖାଇବାକୁ ଭଲ ଲାଗିନଥାଏ।ଟାକୁଆ ଧରି ବଡ ହେବା ପରେ କଞ୍ଚା ଆମ୍ବକୁ ଖଟା କରାଯାଇଥାଏ । ଚଟଣୀ ଓ ଖଟା ବାଦ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର।

ତେବେ ଆସନ୍ତୁ ଜାଣିବା ଆମ୍ବର ଉପକାରିତା ସମ୍ପର୍କରେ-

  • ଆମ୍ବରେ ବହୁତ ପରିମାଣରେ ଭିଟାମିନ ଥାଏ। ଏହାକୁ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ। ଉଚ୍ଛରକ୍ତଚାପ ରୋଗୀଙ୍କ ପାଇଁ ଏହା ଏକ ପ୍ରାକୁତିକ ଉପଚାର ଅଟେ। କାରଣ ଏଥିରେ ପୋଟାସିୟମ ଏବଂ ମଗ୍ନେସିୟମ ଭରପୁର ପରିମାଣରେ ଥାଏ।
  • ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ । ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ।
  • କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ମଧ୍ୟ ଚିକ୍କଣ ଏବଂ ଉଜ୍ୱଳ ହୋଇଥାଏ।
  • ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ । ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ।ଏଥିରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି, ଯାହାକି ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିଥାଏ।
  • ଯଦି ଆପଣ ବିଷଦଗ୍ରସ୍ତ ତେବେ କଞ୍ଚା ଆମ୍ବ ଚଟଣୀ ବା ଅନ୍ୟ ରୂପରେ ଏହାକୁ ଏହାକୁ ଖାଇପାରିବେ।

ପଢନ୍ତୁ;

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ