ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ “ପଣସ”! ଆସନ୍ତୁ ଜାଣିବା ଏହ ଆଉ କେଉଁ ସମସ୍ୟାକୁ ଦୂର କରିଥାଏ?

ଗଛରେ ହେଉଥିବା ଫଳ ମଧ୍ୟରେ ପଣସ ଦେଶର ସବୁଠାରୁ ବଡ ଫଳ। ଏବଂ ଏହା ଖାଇବାକୁ ମଧ୍ୟ ବହୁତ ସ୍ଵାଦିଷ୍ଠ ଲାଗିଥାଏ। ପଣସରେ ଥିବା ମଞ୍ଜିରେ ବହୁତ ପ୍ରୋଟିନ ରହିଥାଏ। ଏହାକୁ ରୋଷେଇରେ ବ୍ୟବହାର କରାଯାଏ। ଏଥିରେ ଭିଟାମିନ ଏ, ଥାଇମିନ, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ ଏସିଡ ଓ ମ୍ୟାଗ୍ନେସିୟମ ଆଦି ପ୍ରଚୁର ମାତ୍ରାରେ ଭରି ରହିଥାଏ । ଏଥିରେ କେତେକ ରୋଗ ସହିତ ଲଢିବାର କ୍ଷମତା ମଧ୍ୟ ରହିଥାଏ।

ଆସନ୍ତୁ ଜାଣିବା ପଣସକୁ ଖାଦ୍ୟାରେ ସାମିଲ କଲେ କଣ ଫାଇଦା ମିଳିଥାଏ-

  • ପଣସରେ କ୍ୟାଲୋରୀ ପରିମାଣ ଖୁବ କମ। ତେଣୁ ମୋଟା ବ୍ୟକ୍ତି ମାନେ ଏହାକୁ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ବେଶ ଲାଭଦାୟକ । ଏହା ଅନ୍ଧାରକଣା ଓ ମୋତିଆବିନ୍ଦୁକୁ ଭଲ କରିଥାଏ । ଏହା ସହିତ ଆଖିର ଝିଲ୍ଳି ମଧ୍ୟ ମଜବୁତ ହୋଇଥାଏ ।ଏହା ବ୍ୟତୀତ ଆଖିକୁ ବ୍ୟାକ୍ଟେରିଆ ଓ ଭାଇରାଲ ଇନଫେକସନରୁ ମୁକ୍ତି ଦେଇଥାଏ।
  • ଯେଉଁମାନେ କେଶ ସମସ୍ୟା ରହିଛି ସେମାନେ ପଣସର ବ୍ୟବହାର କରିବା ଉଚିତ। ପଣସର ମଂଜିକୁ ବାଟି କେଶ ମୂଳରେ ଲଗାଇବା ଦ୍ୱାରା କେଶ ଗାଢ କଳା ହେବା ସହିତ ଲମ୍ବା ମଧ୍ୟ ହୋଇଥାଏ।
  • ପଣସ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏବଂ ପାଚନ ତନ୍ତ୍ରକୁ ପରିଷ୍କାର ମଧ୍ୟ ରଖିଥାଏ । ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ କୋଲନ କର୍କଟ ସମସ୍ୟା ମଧ୍ୟ କମ ହୋଇଥାଏ।
  • ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହୃଦରୋଗ ସମସ୍ୟା କମ ହୋଇଥାଏ ଏବଂ ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ପୋଟାସିୟମ ମାଂସପେଶୀକୁ ମଜବୁତ କରିଥାଏ।

ପଢନ୍ତୁ;

ଲୋକପ୍ରିୟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ !

Related posts

ଆପଣ ଜାଣନ୍ତିକି! ଧନିଆର ଚମତ୍କାରୀ ଗୁଣ ବିଷୟରେ

ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ଛତୁ, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ସମ୍ପର୍କରେ