କେଶରରେ ଅନେକ ଗୁଣ ରହିଛି। ସାମନ୍ୟ ଟିକେ କେଶର ଖିରୀ, ମିଠା ଏବଂ ଆଇସ୍କ୍ରିମ୍ର ସ୍ବାଦ ଦ୍ୱିଗୁଣିତ କରିଥାଏ। ଏହା କେବଳ ସ୍ଵାଦ ନୁହେଁ ତ୍ଵଚାରେ ସୁନ୍ଦରତା ମଧ୍ୟ ବୃଦ୍ଧି କରିଥାଏ।
ଆସନ୍ତୁ ଜାଣିବା ସେ ସମ୍ପର୍କରେ-
- ଚନ୍ଦନ ପାଉଡର, କ୍ଷୀର ଏବଂ କେଶର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ମୁହଁକୁ କ୍ଲିଞ୍ଜରରେ ସଫା କରିବା ପରେ ଏହି ପ୍ୟାକ୍ ଲଗାନ୍ତୁ। ୧୫ ମିନିଟ୍ ପରେ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ଉଜ୍ଜଳତା ବଢିଥାଏ।
- ଯଦି ଆପଣ ଟ୍ୟାନିଂ ସମସ୍ୟା ପାଇଁ ଚିନ୍ତିତ ତେବେ ଅଳ୍ପ କ୍ଷୀରରେ କେଶର ମିଶାଇ ଏକଘଣ୍ଟା ରଖିଦିଅନ୍ତୁ। ସେଥିରେ ଅଳ୍ପ ଲେମ୍ବୁରସ ମିଶାଇ ମୁହଁରେ ଲଗାନ୍ତୁ। ସପ୍ତାହକୁ ଥରେ ଏପରି କରନ୍ତୁ ଦେଖିବେ ଅଳ୍ପ ଦିନ ମଧ୍ୟରେ ଟ୍ୟାନିଂ ଦୂର ହୋଇଯିବ।
- ରାତିରୁ ସୂର୍ଯ୍ୟମୁଖୀ ଫୁଲ ମଞ୍ଜିକୁ ଭିଜାଇ ସକାଳେ ବାଟି ଦିଅନ୍ତୁ ଏବଂ ସେଥିରେ କେଶର, କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍କୁ ମୁହଁରେ ଲଗାଇବା ଦ୍ୱାରା ସ୍କିନ୍ ଟୋନ୍ ବଢିବା ସହ ଅଧିକ ଉଜ୍ଜ୍ୱଳ ଏବଂ ଚକ୍କଣ ଲାଗିବ।
- କିଛି ତୁଳସୀପତ୍ର ଏବଂ କେଶରକୁ ପାଣିରେ ଭିଜାଇ ଦିଅନ୍ତୁ। ଏହାକୁ ବାଟି ଦିଅନ୍ତୁ। ଏଥିରେ ଅଳ୍ପ ହଳଦୀ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍କୁ ମୁହଁରେ ଲଗାଇବା ଦ୍ୱାରା କେଶରର ଆଣ୍ଟିଫଙ୍ଗାଲ୍, ତୁଳସୀର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ହଳଦୀର ଆଣ୍ଟିସେପ୍ଟିକ୍ ଗୁଣ ବ୍ରଣ, ଦାଗ ଏବଂ ଅନ୍ୟ ତ୍ୱଚାଜନିତ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରେ।
- ମହୁରେ କିଛି କେଶର ମିଶାଇ ତ୍ୱଚାରେ ମସାଜ କରନ୍ତୁ। ଏହା ଭଲ ଭାବେ ରକ୍ତ ସଞ୍ଚାଳନ ହେବାରେ ସାହାଯ୍ୟ କରିବା ସହିତ ଏହାକୁ ମଶ୍ଚରାଇଜ ମଧ୍ୟ ରଖିବ।
- କେଶରକୁ ଗୋଲାପ ଜଳରେ ମିଶାଇ ଟୋନର ଭାବେ ବ୍ୟବହାର କଲେ ସ୍କିନ୍ ଟୋନ୍ ବଢିବା ସହ ଫ୍ରେଶ୍ ଲୁକ୍ ମିଳିଥାଏ।
ପଢନ୍ତୁ; ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!