ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ଆମ୍ବ ଟାକୁଆ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ଆମ୍ବ ଏକ ସ୍ୱାଦିଷ୍ଟ ଫଳ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି।  ଆମ୍ବ ଏବଂ ଏହାର ପତ୍ର ଆଉ ଟାକୁଆଏରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି ଯାହା ମଧୁମେହ,ମୋତିଆବିନ୍ଦୁ ଭଳି ରୋଗର ଆଶଙ୍କା ଦୂର କରିଥାଏ। ଆମ୍ବପତ୍ର ଓ ଟାକୁଆ ସ୍ୱାସ୍ଥ୍ୟପାଇଁ ବେଶ ଲାଭକାରୀ।

ଜାଣନ୍ତୁ ଆମ୍ବ ଟାକୁଆର ଉପକାରୀ ଗୁଣ ସମ୍ପର୍କରେ-

  • ଆମ୍ୱ ଟାକୁଆକୁ ଶୁଖାଇ ଗୁଣ୍ଡକରି ଖାଇଲେ କୋଲେଷ୍ଟ୍ରରଲ ସ୍ତର ନିୟନ୍ତ୍ରିତ ହେବା ସହିତ ରକ୍ତ ସଞ୍ଚାଳନ ମଧ୍ୟ ଉତ୍ତମ ହୋଇଥାଏ। ଆମ୍ୱ ଟାକୁଆ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ଦେଇଥାଏ ବୋଲି ଡାକ୍ତରମାନେ କୁହନ୍ତି।

  • ଉଚ୍ଚ ରକ୍ତଚାପ ଥିଲେ କମ୍‌ ପରିମାଣରେ ଆମ୍ବ ଟାକୁଆ ଗୁଣ୍ଡ କରି ଖାଇଲେ ଲାଭ ମିଳିଥାଏ। ଏଥଇ ସହିତ ହୃଦଘାତ ସମସ୍ୟା ହୋଇ ନ ଥାଏ।
  • ପେଟ ସମସ୍ୟା ବା ଡିହାଇଡ୍ରେଶନ୍‌ ହେଉଥିଲେ ଆମ୍ବ ଟାକୁଆ, ବେଲ ଓ ମିଶ୍ରି ସମାନ ମାତ୍ରାରେ ନେଇ ଗୁଣ୍ଡ କରି ଦିନକୁ ୨ରୁ ୩ଥର ଖାଇଲେ ଏହା ଦୂର ହୋଇଥାଏ।
  • ମହିଳାମାନଙ୍କର ଋତୁସ୍ରାବ ସମୟରେ ନାନା ଅସୁବିଧା ଦେଖାଦେଇଥାଏ। ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ବା ଅନ୍ୟ କୌଣସି ସମସ୍ୟା ଥିଲେ ଆମ୍ବ ଟାକୁଆ ଗୁଣ୍ଡ ସହ ଦହି ମିଶାଇ ଖାଇଲେ ଉପକାର ମିଳେ।

ପଢନ୍ତୁ; ଘରୋଇ ଉପଚାରରେ ମୁହ୍ନରୁ ଦୂର କରନ୍ତୁ ସନ୍-ଟ୍ୟାନ୍! ଜାଣନ୍ତୁ କିଛି ସରଳ ଟିପ୍ସ

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା