ଗଙ୍ଗଶିଉଳି ଫୁଲର ରସକୁ ସେବନ କରିବା ଦ୍ୱାରା ମିଳିଥାଏ ଅନେକ ରୋଗରୁ ମୁକ୍ତି ! ଜାଣନ୍ତୁ

ଗଙ୍ଗଶିଉଳି ଫୁଲରେ ଔଷଧୀୟ ଗୁଣ ଭରପୂର ଥାଏ। ଏହାର ପତ୍ର, ଛାଲି, ମଞ୍ଜି ଏବଂ ଫୁଲକୁ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ। ବିଶେଷକରି ଗଙ୍ଗଶିଉଳିର ପତ୍ରକୁ ଫୁଟାଇ ପାଣି ସେବନ କରାଯାଇଥାଏ।

ତେବେ ଏହି ଫୁଲର ରସକୁ ସେବନ କରିବା ଦ୍ୱାରା କି କି ରୋଗରୁ ରକ୍ଷା ମିଳିଥାଏ ଜାଣନ୍ତୁ-

  • ଶରୀରର କ୍ଷତ ସ୍ଥାନକୁ ଠିକ୍‌ କରିବା ପାଇଁ ଗଙ୍ଗଶିଉଳିକୁ ବ୍ୟବହାର କରାଯାଇପାରେ। ଏଥିପାଇଁ ଏହାର ପତ୍ରକୁ ବାଟି କ୍ଷତ ସ୍ଥାନରେ ଲେପ ଭାବେ ଲଗାନ୍ତୁ।
  • ଶୁଖିଲା କାଶ ପାଇଁ ଗଙ୍ଗଶିଉଳିର ପତ୍ରକୁ ବାଟି ମହୁ ସହ ମିଶାଇ ସେବନ କରନ୍ତୁ। ଏହାଛଡା ଏହାର ପତ୍ରକୁ ଚା’ରେ ଫୁଟାଇ ମଧ୍ୟ ପିଆଯାଇପାରିବ।
  • ଯନ୍ତ୍ରଣା ଓ ଫୁଲାର ଉପଚାର ପାଇଁ ଏହାକୁ ବ୍ୟବହାର କରାଯାଏ। ଏଥିପାଇଁ ଏହାର ତୈଳ କିଣି ବ୍ୟବହାର କରିପାରିବେ।
  • ରକ୍ତ ସଫା କରିବା, ଗଣ୍ଠି ଯନ୍ତ୍ରଣା,ହାଡ଼ଭଙ୍ଗା ଆଦି ରୋଗ ପାଇଁ ମଧ୍ୟ ଏହାର ପତ୍ରକୁ ବ୍ୟବହାର କରାଯାଇଥାଏ।
  • ଅର୍ଶ ସମସ୍ୟା ଥିଲେ ଆପଣ ନିୟମିତ ଭାବେ ଗଙ୍ଗଶିଉଳିର ଗୋଟିଏ ମଞ୍ଜି ସେବନ କରନ୍ତୁ। ଲାଭ ମିଳିବ।
  • ଗଙ୍ଗଶିଉଳି ଫୁଲର ରସକୁ ସେବନ କରିବା ଦ୍ୱାରା ହୃଦୟ ଜନିତ ରୋଗରୁ ରକ୍ଷା ମିଳିଥାଏ। ବିଶେଷତଃ ଉଚ୍ଚ ରକ୍ତଚାପ ପାଇଁ ଏହା ରକ୍ଷାକବଚ ସଦୃଶ।
  • ସବୁ ପ୍ରକାର ଜ୍ୱର ପାଇଁ ଏହା ଉତ୍କୃଷ୍ଟ ମହୋଷଧି। ଜ୍ୱରର ପ୍ରାକୃତିକ ଉପଚାରରେ ଏହାକୁ ବ୍ୟବହାର କରାଯାଇଥାଏ। ତେଣୁ ଏହାର ପତ୍ରକୁ ବାଟି ଗରମ ପାଣିରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ସାମାନ୍ୟ ଜ୍ୱରଠାରୁ ଆରମ୍ଭ କରି ଚିକୁନଗୁନିଆ,ଡେଙ୍ଗୁ, ଜାପାନିଜ ଇନ୍‌ସେଫାଲାଇଟିସ୍‌, ବ୍ରେନ୍‌ ମ୍ୟାଲେରିଆ ପରି ଜ୍ୱରକୁ ଠିକ୍‌ କରାଯାଇଥାଏ।

ପଢନ୍ତୁ;

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ? ନଚେତ ହୋଇପାରେ ଏହି ସମସ୍ୟା

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ