ମସ୍ତିଷ୍କ ପାଇଁ ଖୁବ ଉପକାରୀ “ଆଚାର” ! ଆସନ୍ତୁ ଜାଣିବା ଏହା ଉପରେ ବିଶେଷଜ୍ଞଙ୍କ ମତ କଣ ରହିଛି ?

ଆଚାର ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ।ଦେଶରେ ଆଚାରର ଆଦର ଦିନକୁ ଦିନ ବଢିବାରେ ଲାଗିଲାଣି। ଭାରତରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁଆଦର ଆଚାର ଏବେ ନିୟମିତ ବିଦେଶକୁ ରପ୍ତାନୀ ହେଉଛି। ଖଟାମିଠା ଆଚାରର ବ୍ୟବସାୟ ଇଂଲଣ୍ଡରେ ବାର୍ଷିକ ୫୫କୋଟିରେ ପହଞ୍ଚିଲାଣି।ତେବେ ଆଚାର ଖାଇଲେ ପେଟ ଜଳାପୋଡ଼ା ସହ ଅନ୍ୟାନ୍ୟ ମାରାତ୍ମକ ରୋଗ ହୋଇଥାଏ ବୋଲି ଭ୍ରମଧାରଣା ଅଧିକାଂଶଙ୍କ ମନରେ ରହିଛି।

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଘର ତିଆରି ଆଚାର ନିୟମିତ ଖାଇଲେ ଏହାର ଉତ୍ତମ ପ୍ରଭାବ ସ୍ୱାସ୍ଥ୍ୟ  ଉପରେ ପଡ଼େ।

କମ୍ ତେଲରେ ପ୍ରସ୍ତୁତ ଆଚାର ସେବନ କଲେ ଆମ ପାଚନ କ୍ରିୟା ଭଲ ହେବା ସହ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।

ଆଚାରରେ ଥିବା ପ୍ରୋବାଇଓଟିକ୍ସ ବ୍ୟାକ୍ଟେରିଆ ଆମ ମସ୍ତିଷ୍କ ପାଇଁ ଉପକାରୀ। ଏଣୁ ବୟସ୍କ ଲୋକେ ପ୍ରତ୍ୟହ ଆଚାର ସେବନ କଲେ ସେମାନଙ୍କ ସ୍ମୃତି ଶକ୍ତି ପ୍ରଭାବିତ ହୁଏନାହିଁ।

ଅଁଳାରୁ ପ୍ରସ୍ତୁତ ଆଚାର ଯକୃତ ନିମନ୍ତେ ଖୁବ୍ ଉପକାରୀ। ନିଶାସେବନ କରୁଥିବା ବ୍ୟକ୍ତିମାନେ ଏହି ଆଚାର ଖାଇବା ଭଲ। ପଶ୍ଚିମ ରାଷ୍ଟ୍ରରେ ସୋୟା ସସ୍, ତେଲ ଓ ପନିପରିବା ତଥା ଫଳର ଉପଯୋଗରେ ଆଚାର ପ୍ରସ୍ତୁତ କରାଯାଏ।

ଆଚାର ପ୍ରସ୍ତୁତ ସମୟରେ ପନିପରିବା ଓ ଫଳକୁ ସିଝାଯାଏନାହିଁ। ଏଣୁ ଏହାର ପୋଷକତତ୍ତ୍ବ ଭରପୂର ଆଚାରରେ ରହିଥାଏ। ଦକ୍ଷିଣ ଭାରତୀୟ ଲୋକେ ପ୍ରତ୍ୟହ ଆଚାର ସେବନ କରିବା ସତ୍ତ୍ବେ ସେମାନେ ପେଟ ରୋଗରେ ଆକ୍ରାନ୍ତ ହୁଅନ୍ତିନାହିଁ ବୋଲି ବିଶେଷଜ୍ଞଙ୍କ ମତ।

ପ୍ରତିଦିନ ୧ଛୋଟ ଚାମୁଚ ଆଚାର ଖାଇବା  ସ୍ୱାସ୍ଥ୍ୟ  ପାଇଁ ଲାଭଦାୟକ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ପ୍ରକାଶିତ। ତେବେ ଅଧିକ ପରିମାଣରେ ଏହା ଖାଇଲେ  ସ୍ୱାସ୍ଥ୍ୟ  ଉପରେ କୁପ୍ରଭାବ ପଡ଼େ।

ପଢନ୍ତୁ;

ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ