ଏକାଗ୍ରତା ବଢାଇବା ସହ ମସ୍କିଷ୍କ ଥଣ୍ଡା ରଖିଥାଏ ଚନ୍ଦନ ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ଭାରତୀୟ ପରମ୍ପରା ଅନୁସାରେ ଚନ୍ଦନକୁ ଧାର୍ମିକ ଭାବନା ସହ ଯୋଡାଯାଇଥାଏ । ଚନ୍ଦନରେ ବହୁତ ଔଷଧୀୟ ଗୁଣ ଭରପୁର ହୋଇଥାଏ । ଏଥିପାଇଁ ପ୍ରାଚୀନ କାଳରୁ ମଥାରେ ଚନ୍ଦନ ଲଗାଇବା ପରମ୍ପରା ରହିଆସିଛି। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମସ୍କିଷ୍କ ଥଣ୍ଡା ରହିଥାଏ ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଚନ୍ଦନ ଲଗାଇବା ଦ୍ୱାରା ଅନେକ ଉପକାର ମଧ୍ୟ ମିଳିଥାଏ।

ଆସନ୍ତୁ ଜାଣିବା ଏହାର ଔଷଧୀୟଗୁଣ ସମ୍ପର୍କରେ-

  • ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ: ଚନ୍ଦନ ଥଣ୍ଡା ପ୍ରକୃତିର ହୋଇଥିବା ହେତୁ ଏହାକୁ ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ। ବିଶେଷକରି ଖରାଦିନେ ହେଉଥିବା ମୁଣ୍ଡବିନ୍ଧାରୁ ଏହା ତୁରନ୍ତ ଲାଭ ଦେଇଥାଏ।
  • ଏକାଗ୍ରତା ବଢ଼ାଏ: କାମ ଅଥବା ପଢ଼ାରେ ଧ୍ୟାନ ଲଗାଇବା ପାଇଁ ଅସୁବିଧା ହେଉଥିଲେ ମଥାରେ ଚନ୍ଦନ ଲଗାନ୍ତୁ। ପ୍ରାଚୀନ କାଳରେ ମଧ୍ୟ ବିଦ୍ୟାର୍ଥି ମାନଙ୍କର ତିଳକ ଲଗାଇବା ପରମ୍ପରା ରହିଥିଲା। ଏହାଛଡା ସାଧୁ-ସନ୍ଥମାନେ ମଧ୍ୟ ଏହି କାରଣ ପାଇଁ ତିଳକ ଲଗାଇଥାନ୍ତି।
  • ଜ୍ୱରରୁ ଆଶ୍ୱସ୍ତି ଦେବାପାଇଁ: ଜ୍ୱର ସମୟରେ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ପାଣି ପଟି ପକାଯାଏ। ତେବେ ଏଥିପାଇଁ ଚନ୍ଦନର ବ୍ୟବହାର ମଧ୍ୟ କରାଯାଇପାରେ।
  • ଅନିଦ୍ରା ଏବଂ ଚିନ୍ତାରୁ ଆରାମ  ଦେଇଥାଏ : ମସ୍ତିଷ୍କକୁ ଅଧିକ ସକ୍ରିୟ ହେବା ଯୋଗୁ ମାନସିକ ଚିନ୍ତା, ଥକ୍କାପଣ ଏବଂ ଅନିଦ୍ରା ପରି ସମସ୍ୟା ଦେଖାଦିଏ। ଏପରିସ୍ଥଳେ ଚନ୍ଦନର ଲେପ ମଥାରେ ଲଗାଇ ଘଷିବା ଦ୍ୱାରା ଚିନ୍ତା ଏବଂ ଅନିଦ୍ରା ପରି ସମସ୍ୟାକୁ କମ୍‌ କରିହୁଏ।
  • ବ୍ରଣ ସମସ୍ୟା ଦୂର କରିଥାଏ : ଚନ୍ଦନ ଲେପ ଲଗାଇବା ହେତୁ ତ୍ୱଚାରେ ଥିବା ଦାଗ, ବ୍ରଣ ଆଦି ଦୂର ହୋଇଥାଏ। ଏପରିକି ତେଲିଆ ତ୍ୱଚାରୁ ମଧ୍ୟ ମୁକ୍ତି ମିଳିଥାଏ।

ପଢନ୍ତୁ;

ଜାଣିରଖନ୍ତୁ ସକାଳୁ ଉଠିବା ସମୟରେ କେଉଁ ଜିନିଷ ଦେଖିଲେ ଆମ ଦିନଟି ଅମଙ୍ଗଳରେ କଟିଥାଏ ?

Related posts

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ