ଚାଲିବାର ଫାଇଦା ସମସ୍ତଙ୍କୁ ଜଣାଥାଏ ଏବଂ ଏହା ଏକ ପ୍ରକାରର ବେୟାମ ଅଟେ। କିନ୍ତୁ ଆପଣ ଜାଣିଛନ୍ତି କି ? ଖାଲି ପାଦରେ ଘାସ ଉପରେ ଚାଲିବାଦ୍ଵାରା ଆପଣଙ୍କ ଶରୀରପାଇଁ ବେଶ ଲାଭଦାୟକ ହୋଇଥାଏ। ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ ସ୍ୱାସ୍ଥ୍ୟ ପାଇଁ ବହୁତ ସଚେତନ। ଏମିତି କରିବା ଦ୍ଵାରା କଣ ଲାଭ ମିଳିଥାଏ?
ତେବେ ଜାଣନ୍ତୁ ସେ ସମ୍ପର୍କରେ-
ମଧୁମେୟ ରୋଗୀଙ୍କ ପାଇଁ ଘାସ ଉପରେ ଚାଲିବା ବହୁତ ଲାଭଦାୟକ ହୋଇଥାଏ । ସବୁଜ ଘାସ ଉପରେ ଚାଲିବା ଦ୍ୱାରା ବହୁଳ ପରିମାଣର ଅମ୍ଲଜାନ ମିଳିଥାଏ।
ଏହା ଦ୍ୱାରା ମଧୁମେହ ନିୟନ୍ତ୍ରଣ ମଧ୍ୟରେ ରହିବା ସହିତ ଶରୀରକୁ ରୋଗବିହୀନ ରଖିଥାଏ।
ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ଶାରୀରିକ ଏବଂ ମାନସିକ ଦୁଶ୍ଚିିନ୍ତା ଦୂର ହୋଇଥାଏ । ଏହା ଦ୍ୱାରା ଦୃଷ୍ଟି ଶକ୍ତି ଭଲ ରହିବା ସହିତ ଶରୀରକୁ ଶକ୍ତି ମିଳିଥାଏ।
ଘାସ ଉପରେ ଚାଲିବା ଦ୍ୱାରା ସଂକ୍ରାମକ ରୋଗ ଯଥା ଛିଙ୍କ, କାଶ ଆଦି ଦୂର ହୋଇଥାଏ । ଖାସ କରି ଏହା ଦ୍ୱାରା ମାଂସପେଶୀଗୁଡ଼ିକ ଶକ୍ତ ହେବା ସହ ମେଦ ହ୍ରାସ ହୋଇଥାଏ।
ପଢନ୍ତୁ;
ମହାପୁରୁଷଙ୍କୁ ଅପମାନ: ଲେନିନ୍ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ