ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀ ର ବ୍ୟବହାର ବିଷୟରେ ଜାଣନ୍ତୁ

ପାଚିଲା କଦଳୀ ର ବହୁ ଔଷଧୀୟ ଗୁଣ ରହିଛି । ଏହା କେବଳ ସ୍ୱାସ୍ଥ୍ୟପଦ ନୁହେଁ, ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ। ପାଚିଲା କଦଳୀକୁ ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ବ୍ୟବହାର କରିପାରିବା ।

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀର ବ୍ୟବହାର ବିଷୟରେ ଜାଣନ୍ତୁ:

  • ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧ ଘଣ୍ଟା ପରେ ତାକୁ ଧୋଇଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଔଜ୍ଜ୍ୱଲ୍ୟ ବଢ଼ାଇଥାଏ।
  •  ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ ଓ ଏକ ଚାମଚ ଦହି ମିଶାନ୍ତୁ। ମୁହଁରେ ଲଗାଇ ତାକୁ ଅଧ ଘଣ୍ଟାପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମୁହଁରେ ତୈଳାଂଶ କମିବା ସହ ଧୀରେ ଧୀରେ ଦାଗ ଓ ଚିହ୍ନ  ଉଭେଇ ଯିବ । ପାଚିଲା କଦଳୀରେ  ଥିବା ଭିଟାମିନ୍ ‘ସି’ ମୁହଁର କଳାଦାଗ ସହ ବ୍ରଣ ଦୂର କରିଥାଏ ।

  • କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି। ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ। ଅସମୟରେ ତ୍ୱଚା  କୁଞ୍ଚନ ହେବାରୁ ରକ୍ଷା କରିଥାଏ ।
  • ଦୁଇ ଚାମଚ ଅଲିଭ ତେଲ, ଏକ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ମାଲିସ କରନ୍ତୁ। ଅଧ ଘଣ୍ଟାପରେ ତାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ ସୁନ୍ଦର, ଘନ ଓ କୋମଳ କରିଥାଏ।

ପଢନ୍ତୁ, ସିଙ୍ଗାପୁରର “ସୁରବାନା ଜୁରଙ୍ଗ” ସଂସ୍ଥା, ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ର ଡିଜାଇନ ପ୍ରସ୍ତୁତ କରିବ । 

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ