ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ

ହିନ୍ଦୁ ଶାସ୍ତ୍ର ଅନୁସାରେ ହାତରେ ସୂତ୍ର ବାନ୍ଧିବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିସାରିଲାଣି।

ଆମ ପରମ୍ପରାରେ ହାତରେ ଧାର୍ମିକ ସୂତ୍ରକୁ ବହୁତ ମହତ୍ୱ ଦିଆଯାଏ, କାରଣ ଜୀବନରେ ସକାରତ୍ମକ ଭାବନା ଆଣିବା ପାଇଁ ସବୁ ପୂଜା ସମୟରେ ଆମେ ହାତରେ ନାଲିସୂତ୍ର ପିନ୍ଧିଥାଉ। ଜ୍ଯୋତିଷଶାସ୍ତ୍ର ଅନୁସାରେ ନାଲି ରଙ୍ଗର ସୂତ୍ର ପିନ୍ଧିବା ଦ୍ୱାରା ଭଗବାନ ହନୁମାନଙ୍କ କୃପାଦୁଷ୍ଟି ମିଳିଥାଏ।

ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ। ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ବଭିନ୍ନ ଭିନ୍ନ ରହିଛି। ଏହି ସୂତ୍ରକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ। ଏହାକୁ ହାତରେ ବାନ୍ଧିଥିବା ବ୍ୟକ୍ତିଙ୍କ ଉପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କର ପ୍ରଭାବ ପଡ଼ିଥାଏ। ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିଥାଏ।

ଶାସ୍ତ୍ର ଅନୁସାରେ ମେଷ, ବୃଷ, ମିଥୁନ, କର୍କଟ ଏବଂ ସିଂହ ରାଶିର ବ୍ୟକ୍ତି ନାଲି ସୂତ୍ର ପିନ୍ଧିବା ଦ୍ୱାରା ଭାଗ୍ଯଶାଳୀ ସାବ୍ଯସ୍ତ ହୋଇଥାନ୍ତି। ଏହା ସହିତ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦୁର୍ଦ୍ଦଶା ତଥା ଅସୁବିଧା ଆସିନଥାଏ। ଏହିସବୁ ରାଶିର ବ୍ୟକ୍ତି ନିୟମିତ ନାଲି ରଙ୍ଗର ସୂତ୍ର ପିନ୍ଧିବା ଦ୍ବାରା ଶୀଘ୍ର ଚାକିରୀ ହେବା ସହ, ଭବିଶ୍ଯତ ଉଜ୍ବଳ ହୋଇଥାଏ।

ଜାଣିରଖନ୍ତୁ,ଏହି ସୂତ୍ରକୁ ଅବିବାହିତା ମହିଳା ଏବଂ ପୁରୁଷ ଡ଼ାହାଣ ହାତରେ ବାନ୍ଧିଥିବା ବେଳେ ବିବାହିତ ବ୍ୟକ୍ତି ବାମ ହାତରେ ବାନ୍ଧିବା ନିୟମ ଅଟେ । ଏହି ସୂତ୍ରକୁ ବାନ୍ଧିବା ସମୟରେ ସର୍ବଦା ହାତକୁ ମୁଠି କରି ବନ୍ଦ ରଖନ୍ତୁ।

ପଢନ୍ତୁ; ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

Related posts

ସୂର୍ଯ୍ୟ ସକଳ ଶକ୍ତିର ଆଧାର, ଜାଣନ୍ତୁ ସୂର୍ଯ୍ୟଙ୍କୁ ନେଇ କିଛି ବାସ୍ତୁ ଟିପ୍ସ

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ