ଗ୍ରୀଷ୍ମ ଦିନରେ ପ୍ରଚୁର ପାଣି ପିଇବା ଦ୍ଵାରା ଅମକୁ କେଉଁ ରୋଗରୁ ମୁକ୍ତି ମିଳେ ଜାଣନ୍ତୁ ?

ଗ୍ରୀଷ୍ମ ଦିନରେ ପିଅନ୍ତୁ ପ୍ରଚୁର ପାଣି

ଗ୍ରୀଷ୍ମ ସମୟରେ ଶରୀରକୁ ଅଧିକ ପରିମାଣରେ ଜଳ ଆବଶ୍ୟକ ହୋଇଥାଏ । ତେଣୁ ଆବଶ୍ୟକତାଠାରୁ କମ ପାଣି ପିଇଲେ ଏହାର କୁପ୍ରଭାବ ବିଶେଷ କରି କିଡ୍‌ନୀ ଉପରେ ପଡିଥାଏ । କାରଣ ଗ୍ରୀଷ୍ମ ଦିନରେ ଆମ ଦେହରୁ ଅଧିକ ଝାଳ ବାହାରି ଥାଏ । ଯାହା ଫଳରେ ଆମ ଦେହରୁ ଜଳିୟ ଅଂଶ କମ ହୋଇଥାଏ ।

ଯଦି ଆମେ ପାଣି ଠିକ୍‌ ଭାବେ ନ ପିଇବା ତେବେ କିଡ୍‌ନୀରେ ଷ୍ଟୋନ ବା ପଥୁରି ସମସ୍ୟା ଦେଖାଯାଇଥାଏ । ତେଣୁ ଗ୍ରୀଷ୍ମ ଦିନେ ପ୍ରତୁର ପାଣି ପିଇବା ଦ୍ଵାରା ଆମ ସରିର ସୁସ୍ଥ ରହେ ।

ଖରା ଦିନେ ପ୍ରଚୁର ପାଣି ପିଇବା ସହ ବିଭିର୍ନ୍ନ ଥଣ୍ଡା ଜାତୀୟ ପାନୀୟ ଆପଣ ଗ୍ରହଣ କରିପାରିବେ । ଆପଣ ଫଳ ମଧ୍ୟ ଖାଇ ପାରିବେ ।

ଗ୍ରୀଷ୍ମ ଦିନେ ବିଶେଷ କରି ସଫା ସୁତୁରା ରହିବା ଦରକାର୍ ।  ସଫା ସୁତୁରା ନ ହେଲେ ଦେହରୁ ଦୁର୍ଗନ୍ଧ ବାହାରିବା ସହ ଇନ୍‌ଫେକ୍ସନ୍‌ ହୋଇଥାଏ ।

ଗ୍ରୀଷ୍ମ ଦିନେ ହାଲୁକା  ସୂତାବସ୍ତ୍ର ନ ପିନ୍ଧି ଆମେ ଯଦି ଟେରିଲିନ୍‌ ବା ଟେରିକଟ୍‌ ବସ୍ତ୍ର ବ୍ୟବହାର କରୁ ତେବେବି ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ  ।

ବାହାରକୁ ଯିବା ସମୟରେ ପାଣି ନ ମିଳିବା ସ୍ଥାନରେ ଯଦି ଜଳୀୟ ଅଂଶ ଭରପୁର ଥିବା ଖାଦ୍ୟ ବା ଫଳ ମିଳୁଛି ଏହାକୁ ପ୍ରଚୁର ମାତ୍ରାରେ ଗ୍ରହଣ କରନ୍ତୁ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବା ଦ୍ଵାରା ଆମକୁ କି ଲାଭ ମିଳେ ଜାଣନ୍ତୁ ?

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା