କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?

କଞ୍ଚାଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ଭିଟାମିନ୍‌ -ଏ, ଭିଟାମିନ୍‌-ବି୬, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଏବଂ କାର୍ବୋହାଇଡ଼୍ରେଟ୍‌ ଇତ୍ୟାଦି । ପ୍ରତିଘରେ କଞ୍ଚାଲଙ୍କାର ବ୍ୟବହାର ହୋଇଥାଏ। ଯେଉଁମାନଙ୍କୁ ରାଗ ପସନ୍ଦ ସେମାନେ ବିଶେଷ ଭାବେ କଞ୍ଚାଲଙ୍କାର ବ୍ୟବହାର କରିଥାଆନ୍ତି । କେହି କେହି ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ କହୁଥିବା ବେଳେ ଏହା କିନ୍ତୁ କ୍ୟାନସର ଭଳି ମାରାତ୍ମକ ରୋଗକୁ ଦୂରେଇବାରେ ସହାୟକ ହୋଇଥାଏ ବୋଲି ଖୁବ୍‌ କମ୍‌ ଲୋକ ଜାଣିଛନ୍ତି ।

କଞ୍ଚାଲଙ୍କା ଉପକାରିତା :-

  • କଞ୍ଚାଲଙ୍କାରେ ରହିଛି ଆଣ୍ଟି ଅକ୍ସିଡାଣ୍ଟ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏମିତିକି ଏହା କ୍ୟାନସର ଜୀବାଣୁ ସହ ଲଢିବାରେ ସହାୟକ ହୋଇଥାଏ ।
  • ଆଖି ଏବଂ ତ୍ୱଚା ପାଇଁ ଏଥିରେ ଥିବା ଭିଟାମିନ୍‌ ଏ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
  • ହଜମ ପ୍ରକିୟା ତ୍ୱରାନ୍ୱିତ କରିଥାଏ । ଶରୀରକୁ ବ୍ୟାକ୍ଟରିଆରୁ ମଧ୍ୟ ମୁକ୍ତ କରିଥାଏ ।
  • ଏଥିରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ଥିବା ଅନ୍ୟ ଭିଟାମିନକୁ ଅବଶୋଷଣ କରିବାରେ ସହାୟକ ହୋଇଥାଏ ।
  • ନିୟମିତ କଞ୍ଚାଲଙ୍କା ଖାଇଲେ ଏହା ଆମ ଶରୀରରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରାକୁ ସନ୍ତୁଳିତ କରି ରଖିଥାଏ ।
  • ଏଥିରେ ଫାବରର ମାତ୍ରା ଅଧିକ ଥିବାରୁ ଏହା ଶରୀରରେ ଚର୍ବି କମାଇବାରେ ସାହାଯ୍ୟ କରିଥାଏ । ଏହାର ନିୟମିତ ସେବନରେ ଶରୀରର ଓଜନ କମ୍‌ ହୋଇଥାଏ ।
  • ନିୟମିତ ଭାବେ ଆମେ କଞ୍ଚାଲଙ୍କା ସେବନ କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଆମକୁ ରୋଗମୁକ୍ତ ରଖିବାରେ ମଧ୍ୟ ସହାୟକ ହେବ ।
  • ମୁଡ଼ ଠିକ୍‌ ରହିବାରେ ବିଶେଷ ଭାବେ ଫଳପ୍ରଦ ହୋଇଥାଏ ଓ ଫୁସଫୁସ୍‌ ଜନିତ କର୍କଟରୁ ମଧ୍ୟ ଏହା ବଞ୍ଚାଇଥାଏ ।

ପଢନ୍ତୁ ;

କ୍ୟାନସରରୁ ମୁକ୍ତି ଦେଇଥାଏ କାଜୁ! ଆସନ୍ତୁ ଜାଣିବା ଏହାକୁ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ