ଖରା ଦିନେ କଞ୍ଚାଲଙ୍କା ଖାଇଲେ ମିଳିଥାଏ ଅନେକ ଫାଇଦା: ଜାଣନ୍ତୁ କ’ଣ କ’ଣ

ଆସି ଯାଇଛି ଖରା ଦିନ । ତାସାଙ୍ଗରୁ ବଢିବାରେ ଲାଗିଲାଣି ଅସହ୍ୟ ଗମର ।  ଲୋକମାନଙ୍କୁ ଏହା ଲାଗିଥାଏ କି ଥଣ୍ଡା ପଦାର୍ଥ ଖାଇବା ଦ୍ବାରା ଶରୀର ଏବଂ ପେଟ ଥଣ୍ଡା ରହିଥାଏ । କିନ୍ତୁ ଏପରି ଜମାରୁ ହୋଇନଥାଏ ।  ଗରମ ଫଳରେ ଅଧିକାଂଶ ଲୋକ ମସଲା ଏବଂ ରାଗ ଜିନିଷ ଖାଇବାରୁ ଦୁରେଇ ରହିଥାନ୍ତି । ତେବେ ଖୁବ୍ କମ୍ ଲୋକ ଏହା ଜାଣିଥିବେ କି ରାଗ ଖାଦ୍ୟ ଖାଇବା ଦ୍ବାରା ଗରମ କମ୍ ହୋଇଥାଏ । ତେଣୁ କଞ୍ଚା ଲଙ୍କା ଆପଣଙ୍କୁ ଗରମରୁ ରକ୍ଷା କରିବା ବ୍ୟତିତ ବିଭିନ୍ନ ଗମ୍ଭୀର ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରିବ ।

ଆସନ୍ତୁ ଜାଣିବା କିପରି

୧) ରିସର୍ଚ୍ଚ ମୁତାବକ କଞ୍ଚା ଲଙ୍କା ଖାଇବା ଦ୍ବାରା ବ୍ଳଡ୍ ରେ ଗଚ୍ଛିତ ଥିବା ସୁଗାର ଠିକ୍ ରହିଥାଏ । ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିବା ଲୋକ କଞ୍ଚା ଲଙ୍କା ନିୟମିତ ଖାଇବା ଉଚିତ୍ ।

୨) କଞ୍ଚାଲଙ୍କା ଖାଇବା ଦ୍ବାରା ଭିଟାମିନ୍ ଏ’ର ଲେବଲ୍ ବଢିଥାଏ । ଏହାଦ୍ବାରା ଦୃଷ୍ଟି ଶକ୍ତି ବଢିଥାଏ । ତେବେ ଯେଉଁ ମାନଙ୍କ ପାଟି ଲାଗୁଛି କିମ୍ବା ଯେଉଁମାନେ ରହିରହି କଥା କହିଥାନ୍ତି ତେବେ ଡକ୍ଟର ସେମାନଙ୍କୁ କଞ୍ଚାଲଙ୍କା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

୩)  କଞ୍ଚାଲଙ୍କାରେ ଆଣ୍ଟି ଅକ୍ସିଡେଣ୍ଟ ସହିତ ଡାଏଟ୍ରି ଫାଇବର୍ସ ପ୍ରଚୁର ମାତ୍ରାରେ ରହିଥାଏ । ଏହାଦ୍ବାରା ପାଚନକ୍ରୀୟା ଭଲଭାବେ ହୋଇଥାଏ । କଞ୍ଚାଲଙ୍କା ଖାଇବା ଦ୍ବାରା ଗ୍ୟାସ୍,ବଦହଜମି ଆଦି ରୋଗରୁ ମୁକ୍ତି ମିଳିଥାଏ ।

୪) କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆ ତତ୍ତ୍ବ ମଧ୍ୟ ରହିଥାଏ । ଶରୀରରେ ଥିବା ଖରାପ ବ୍ୟାକ୍ଟେରିଆକୁ କଞ୍ଚା ଲଙ୍କା ଖାଇବା ଦ୍ବାରା ନଷ୍ଟ କରାଯାଇପାରିଥାଏ । ଏହା ଖାଇବା ଦ୍ବାରା ଇମ୍ୟୁନ୍ ସିଷ୍ଟମ୍ ଷ୍ଟ୍ରଙ୍ଗ ହୋଇଥାଏ ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

ପଢନ୍ତୁ: ସ୍ମରଣ ଶକ୍ତିକୁ ବଢାଇବାର ରାମବାଣ ଉପାୟ, ଏବେହିଁ ପଢନ୍ତୁ

Related posts

କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣନ୍ତୁ କିପରି

ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି

ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୪ଟି କଥା