ପାଗଳ ବେଶରେ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଇଓ, ଛଦ୍ମବେଶରେ ଆସି ହଟହଟା ହେଲେ

Untitled 1

ପାଗଳ ବେଶରେ ବ୍ଲକ୍ ଏଜୁକେସନ ଅଫିସରଙ୍କ ବିଦ୍ୟାଳୟ ପରିଦର୍ଶନ । ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଘଟଣାଟି ସତ । ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକରେ ସରକାରୀ ବିଦ୍ୟାଳୟରେ କେମିତି ଚାଲିଛି ପାଠପଢ଼ା, ଶିକ୍ଷକ ଠିକ୍ ସମୟରେ ସ୍କୁଲ ଆସୁଛନ୍ତି କି ନାହିଁ, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ଭାବେ ଦିଆଯାଉଛି କି ନାହିଁ । ସେ ସବୁର ଯାଂଚ କରିବାକୁ ହଠାତ୍ ପାଗଳ ବେଶରେ ଏକ ବିଦ୍ୟାଳୟରେ ପହଞ୍ଚିଯାଇଥିଲେ ଜଣେ ବ୍ଲକ୍ ଏଜୁକେସନ ଅଫିସର । ପାଗଳ ଭାବି ଶିକ୍ଷକ ମାନେ ସ୍କୁଲରୁ ତଡିଦେଲେ ଓ ପିଲା ଚୋର ଭାବି ଗାଁ ଲୋକ ମାଡ ମାରିବାକୁ ଉଦ୍ୟତ ହେବାରୁ ନିଜର ଅସଲି ପରିଚୟ ଦେଇଥିଲେ ସରକାରୀ ଅଫିସର ।

ଛଦ୍ମବେଶରେ ଗୋଷ୍ଠୀ ଶିକ୍ଷାଅଧିକାରୀ । ମୁଣ୍ଡରେ ଲମ୍ବା କେଶ, ମୁହଁରେ କଳା ରଙ୍ଗ ଆଉ ତା ସାଙ୍ଗକୁ ଚିରା ଫଟା ଡ୍ରେସ । ଆଉ ଏଭଳି ବେଶରେ ବାକିଲିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ ଗୋଷ୍ଠୀ ଶିକ୍ଷାଅଧିକାରୀ ଭାସ୍କର ଲେଙ୍କା । ଆଉ ଏଭଳି ବେଶରେ ସ୍କୁଲରେ ପହଞ୍ଚିବା ପରେ ଭାସ୍କରଙ୍କୁ ଚିହ୍ନି ପାରିନଥିଲେ ସ୍କୁଲର ଶିକ୍ଷକ । ତାଙ୍କୁ ସ୍କୁଲ ପରିସରରୁ ବାହାର କରି ଗେଟରେ ତାଲା ପକାଇ ଦେଇଥିଲେ ସ୍କୁଲ ଶିକ୍ଷକ ।ପିଲା ଚୋର ଭାବି ସ୍କୁଲର କର୍ମଚାରୀ ଏବଂ ଗ୍ରାମବାସୀ ତାଙ୍କୁ ମାଡ ମାରିବାକୁ ଉଦ୍ୟମ କରୁଥିବା ବେଳେ ବାଧ୍ୟ ହୋଇ ନିଜର ପରିଚୟ ଦେଇଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ଏହିଭଳି ପ୍ରତ୍ୟେକ ସ୍କୁଲକୁ ସେ ସରପ୍ରାଇଜ ଭିଜିଟ୍  କରନ୍ତି ବୋଲି କହିଛନ୍ତି ଭାସ୍କର । ଯେପରି ତାଙ୍କୁ କେହି ଚିହ୍ନି ପାରିବେନି ସେଥିପାଇଁ ପ୍ରତିଥର ବେଶ ବଦଳାଇ ସ୍କୁଲରେ ପହଞ୍ଚିଥାନ୍ତି ଏହି ଅଫିସର । ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏଭଳି ପ୍ରୟାସକୁ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ଗ୍ରାମବାସୀ । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ସହ ସ୍କୁଲରେ ଦେଖାଦେଉଥିବା ଅବ୍ୟବସ୍ଥାକୁ ମଧ୍ୟ ଦୂର କରାଯାଇପାରିବ ବୋଲି କହିଛନ୍ତି ଗ୍ରାମବାସୀ ।

 

ପଢନ୍ତୁ: ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସଚିନ୍‌ ତେନ୍ଦୁଲକର

Related posts

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ

ଶେଷ ହେବ ପୁରୁଷଙ୍କର ଦଶନ୍ଧି, ଏବେ ମହିଳା ମଧ୍ୟ ଚଲାଇବେ ସରକାରୀ ଗାଡି