କିନ୍ନରଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକ ଗିରଫ

ନୂଆପଲ୍ଲୀ ଥାନା ପୁଲିସ କିନ୍ନରଙ୍କ ପ୍ରେମିକଙ୍କୁ ଗିରଫ କରିଛି

କିନ୍ନରଙ୍କ ଆତ୍ମହତ୍ୟା ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ କିନ୍ନରଙ୍କ ପ୍ରେମିକଙ୍କୁ ଗିରଫ କରିଛି । ତାଙ୍କ ନାମ ଭବାନୀ ଶଙ୍କର ସାହୁ (୩୫) । ନିଜ ଘର ତାଳଚେର । ସେ ନୂଆପଲ୍ଲୀ ଗଣପତିନଗରରେ ରହୁଥିଲେ । ଆସନ୍ତା କାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି ।

ସୂଚନା ଅନୁସାରେ , ସୋମବାର ପୂର୍ବାହ୍ନରେ ଗଣପତିନଗରରେ ରହୁଥିବା ପ୍ରିୟା ପ୍ରିୟଦର୍ଶିନୀ (୨୨) ନାମକ ଜେନ କିନ୍ନର ଆତ୍ମହତ୍ୟା କରିଥିଲେ । ପ୍ରିୟଦର୍ଶିନୀ ଭବାନୀଙ୍କୁ ପ୍ରେମ କରୁଥିଲେ । ଉଭୟ ସ୍ଵାମୀ – ସ୍ତ୍ରୀ ଭଳି ଏକାଠି ରହୁଥିଲେ । ଏହା ଭିତରେ ଭବାନୀ ପ୍ରିୟଦର୍ଶିନୀଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ନେଇଯାଇଥିଲେ ।

ପରେ ଭାବନୀଙ୍କର ଅନ୍ୟଜଣେ ଯୁବତୀଙ୍କ ସମ୍ପର୍କ ଥିବା ପ୍ରିୟଦର୍ଶିନୀ ଜାଣିବାକୁ ପାଇଥିଲେ । ତେଣୁ ସେ ଯୁବତୀଙ୍କ ସହ ସମ୍ପର୍କ ତୁଟାଇବାକୁ ଭବାନୀଙ୍କୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଭବାନୀ ସେହି କଥାକୁ ନେଇ ପ୍ରିୟଦର୍ଶିନୀଙ୍କୁ ମାରଧର କରୁଥିଲେ ।

ସୋମବାର ସକାଳେ ମଧ୍ୟ ସେ ପ୍ରିୟଦର୍ଶିନୀଙ୍କୁ ନିଧୂମ ମାଡ ମାରିଥିଲେ । ପ୍ରେମିକ ଧୋକା ଦେବାରୁ ପ୍ରିୟଦର୍ଶିନୀ ମାନସିକସ୍ତରରେ ଭାଙ୍ଗି ପଡିଥିଲେ । ତେଣୁ ସେ ଗତକାଲି ଶାଢୀକୁ ବେକରେ ଗୁଡାଇ ଆଯବେଷ୍ଟସ ପାଇପରେ ଝୁଲି ଆତ୍ମହତ୍ୟା କରିଥିଲେ ।

ପ୍ରିୟଦର୍ଶିନୀଙ୍କ ମୃତୁକୁ ନେଇ ଅନ୍ୟ କିନ୍ନରମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଭବାନୀଙ୍କୁ ନିସ୍ତୁକ ମାଡମାରି ପୁଲିସ ଜିମା ଦେଇଥିଲେ । ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅଭିଯୋଗରେ ପୁଲିସ ଭବାନୀଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ  ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ