ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ,୨୩ ଜାନୁଆରୀକୁ ‘ଦେଶପ୍ରେମ’ ଦିବସ ଭାବେ ଘୋଷଣା କରାଯାଉ।

ବୀର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜଙ୍କ ବିରୋଧରେ ଲଢିବାକୁ ଆହ୍ୱାନ କରି କହିଥିଲେ ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଏଭଳି ଡାକରା ଦେଇଥିଲେ ଭାରତୀୟ ଯୁବକଙ୍କୁ। ଆଜି ଏହି ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ୧୨୧ ତମ ଜନ୍ମଜୟନ୍ତୀ ପାଳନ କରୁଛି ପୂରା ଦେଶ । ନେତାଜୀଙ୍କ ତ୍ୟାଗ ଓ ବଳିଦାନ ହିଁ ଦେଶକୁ ସ୍ୱାଧୀନତା ଆଣି ଦେଇଛି ।ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଏକ ଗର୍ବର କଥା।

ଏହି ବୀର ଓଡ଼ିଆ ପୁଅଙ୍କ ଜନ୍ମତିଥୀରେ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ସମେତ ପୂରା ଦେଶ ନେତାଜୀଙ୍କୁ ମନେପକାଇଛନ୍ତି । । ୧୮୯୭ ମସିହା ଜାନୁଆରୀ ୨୩ରେ କଟକର ଓଡିଆ ବଜାରରେ ଜନ୍ମ ନେଇଥିଲେ ନେତାଜୀ ।ପିଲାଦିନୁ ସେ ଥିଲେ ମେଧାବୀ ଓ ବୁଦ୍ଧିମାନ । ରେଭେନସା କଲେଜିଏଟ ସ୍କୁଲର ଛାତ୍ର ଥିଲେ ସୁବାସ ।ଇଂରେଜଙ୍କ ସହ ଳଢିବାର ଝୁଙ୍କ ତାଙ୍କୁ ଏକ ସ୍ୱାଧୀନତା ସଂଗ୍ରାମୀର ପରିଚୟ ଦେଇଥିଲା ।

ଗ୍ରାଣ୍ଡ ରେସିଡେନ୍ସିଠାରେ ଅନୁଷ୍ଠିତ ସମ୍ମିଳନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କୀୟ ନାତି ଚନ୍ଦ୍ରକୁମାର ବୋଷ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ଯେ ,ନେତାଜୀଙ୍କ ସମ୍ପର୍କୀତ ଅନେକ ଫାଇଲ୍‌କୁ ନଷ୍ଟ କରିଦିଆଯାଇଛି। କଂଗ୍ରେସ ସରକାର ତାହାକୁ ଚାପିରଖିଥିଲେ। ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀତ୍ୱ ସମୟରେ ୪ଟି ଫାଇଲ୍‌କୁ ନଷ୍ଟ କରିଦିଆଯାଇଛି। ବିଜେପି ସରକାର ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ପ୍ରୟାସ ଆରମ୍ଭ କରିଛି। କେତେକ ଫାଇଲ୍‌କୁ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ସାର୍ବଜନୀନ କରିଛନ୍ତି; କିନ୍ତୁ ଏବେ ବି ପାଖାପାଖି ୭୪ ଫାଇଲ୍‌ ଗୁପ୍ତ ରହିଛି।

ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇ.ବି) ଫାଇଲ୍‌ଗୁଡ଼ିକ ଏବେ ମଧ୍ୟ ଲୁଚାଇ ରଖାଯାଇଛି। ଏହାକୁ ସାର୍ବଜନୀନ କରାଗଲେ ନେତାଜୀଙ୍କ ସମ୍ପର୍କରେ ଅନେକ ତଥ୍ୟ ଜଣାପଡ଼ିବ। ଉଚ୍ଚକ୍ଷମତାପନ୍ନ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ସେ ଦାବି କରିଛନ୍ତି। ଏହି ଟିମ୍‌ ନେତାଜୀଙ୍କ ସମ୍ପର୍କିତ ନଥିଗୁଡ଼ିକୁ ତନ୍ନ ତନ୍ନ ଅନୁଧ୍ୟାନ କରି ସଂସଦର ଉଭୟ ଗୃହରେ ଉପସ୍ଥାପନ କରୁ। ଏହି ଉଚ୍ଚକ୍ଷମତାପନ୍ନ କମିଟି ଋଷ, ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁ.କେ), ଜର୍ମାନୀ, ଜାପାନ, ଚୀନ, ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ, ତାଇୱାନ ଏବଂ ମିଅାଁମାର ଗ୍ରସ୍ତ କରି ନେତାଜୀଙ୍କ ସର୍ମ୍ପକୀତ କୌଣସି ନଥିପତ୍ର ଥାଏ ତାହାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରନ୍ତୁ।

ଏହାବେତିତ୍ୟ ନେତାଜୀଙ୍କ ଅସ୍ଥି ଏବେ ଜାପାନର ରଙ୍କୋଜି ମନ୍ଦିରରେ ଥିବା ତଥ୍ୟ ଠିକ ନୁହେଁ। ତାଇୱାନଠାରେ ଯେଉଁ ବିମାନ ଦୁର୍ଘଟଣା ଘଟିଥିଲା ଉକ୍ତ ସମୟର ସମସ୍ତ ତଥ୍ୟ ତାଇୱାନ୍‌ ଏରୋଡ୍ରମ୍‌ରୁ କମିଶନ ପାଇଛନ୍ତି। ସେଥିରେ କେତେଜଣ ମୃତ ହୋଇଛନ୍ତି ତାହାର ତାଲିକା ମଧ୍ୟ ରହିଛି।

ଅସ୍ଥିର ସତ୍ୟତା ଜାଣିବା ନିମନ୍ତେ ମାଇଟ୍ରୋକଣ୍ଡ୍ରିଆଲ ଡିଏନ୍‌ଏ ପରୀକ୍ଷା କରିବା ପାଇଁ ସରକାର ପଦକ୍ଷେପ ନେବା ନିମନ୍ତେ ସେ ଦାବି ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅନୁପ କୁମାର ବୋଷ ଏବଂ ଚନ୍ଦ୍ରକାନ୍ତ ପ୍ରଧାନ ଓ ଡି.ଏସ୍‌ ଜେଠି ପ୍ରମୁଖ ଉପସ୍ଥିତ ଥିଲେ।

 

ପଢନ୍ତୁ ;

ଆସନ୍ତୁ ଜାଣିବା , ତେନ୍ତୁଳୀକୁ ଖାଦ୍ୟ ବ୍ୟତୀତ ଅନ୍ୟ କେଉଁ ଉପାୟରେ ବ୍ୟବହାର କରିପାରିବା

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ