ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବେଳେ ଏନଡିଏ ସହଯୋଗୀ ଶିବସେନା ଯେଭଳି ଆଭିମୁଖ୍ୟ ପୋଷଣ କଲା ତାକୁ ନେଇ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ତେଣୁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଶିବସେନା ସହ ବିଜେପି ମେଣ୍ଟ କରିବ ନାହିଁ। ଦଳ ଏକାକୀ ନିର୍ବାଚନ ଲଢିବ।
ଗତ ଶୁକ୍ରବାର ଅନାସ୍ଥା ଭୋଟିଂରୁ ଦୂରେଇ ରହିଥିବା ଶିବସେନା ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲା। ଶିବସେନାର ଏଭଳି ଆଭିମୁଖ୍ୟ ଦେଖି ବିଜେପି ଅଧ୍ୟକ୍ଷ ଏବେ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି ଏବଂ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ତୟାର ହେବାକୁ କହିଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ଶିବସେନା ସହ ମେଣ୍ଟ ନକରି ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା।
ପଢନ୍ତୁ; ଜାଣନ୍ତୁ ଆଜିର ରାଶିଫଳ