ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ

Untitled 1

ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ  ତାଙ୍କୁ ଅଗଷ୍ଟ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ଡାକ୍ତରମାନଙ୍କର ଏକ ଟିମ୍ ତାଙ୍କ ଅବସ୍ଥା ଉପରେ ନଜର ରଖିଥିଲେ। ତେବେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା।

ତେବେ ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅରୁଣ । ମୋଦି ସରକାରର ପ୍ରଥମ ପାଳିରେ ବଡ ଭାର ନେଇଥିଲେ ଜେଟଲୀ । ୨୦୧୪ରୁ ୨୦୧୯ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ସହ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମଧ୍ୟ କିଛି ଦିନ ତୁଲାଇଥିଲେ ଜେଟଲୀ । ତେବେ ମୋଦିଙ୍କ ପ୍ରଥମ ପାଳିରେ ବିମୁଦ୍ରୀକରଣ ଭଳି ବଡ ପଦକ୍ଷେପକୁ ସୂଚାର ରୂପେ ସଫଳ କରିଥିଲେ ଜେଟଲୀ । ତେବେ ନିଜ ଅସୁସ୍ଥତା ପାଇଁ ସେ ୨୦୧୯ରେ କ୍ୟାବିନେଟ ଦାୟିତ୍ୱ ନେବେନି ବୋଲି କହିଥିଲେ ।

ପଢନ୍ତୁ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା

Related posts

ଟେକ୍ସାସ୍‌ରେ ଆତଙ୍କ ଖେଳାଇ‌ଲା ବାତ୍ୟା ‘ଇମେଲ୍‌ଡା’ ଅଟକି ପାରେ ‘ହାଓଡି ମୋଦି’

ଗାନ୍ଧୀ ଜୟନ୍ତୀରୁ ଯୁକ୍ତ୨ କଲେଜରେ ପ୍ଲାଷ୍ଟିକ୍‌ ମନା

ଲ୍ୟାଣ୍ଡର ବିକ୍ରମକୁ ଅଲବିଦା, ଗଗନୟାନ ଉପରେ ପ୍ରାଥମିକତା ଦେଲା ଇସ୍ରୋ

1 Comment

ଆକାଶ ଛୁଆଁ ପିଆଜ ଦର, ଗ୍ରାହକ ଚିନ୍ତାରେ August 24, 2019 - 1:33 pm

[…] ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପର… […]

Add Comment