ଦାମୋଦର ରାଉତଙ୍କ ଭବିଷ୍ୟବାଣୀ: ଏଥର ଓଡିଶାରେ ହେବ ଝୁଲା ବିଧାନସଭା

Dd

ଆଜି ଶେଷ ପର୍ଯ୍ୟାୟ ଭୋଟିଂ ସରିବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ‘ଏକଜିଟ୍ ପୋଲ୍’  ପ୍ରକାଶ ପାଇବାରେ ଲାଗିଛି। ତେବେ ଏହି ଏକଜିଟ ପୋଲକୁ ନେଇ ଚର୍ଚା ଲାଗିରହିଛି। ବିଭିନ୍ନ ଦଳର ନେତାମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଓଡିଶାରେ ବିଜେଡ଼ି ଅଧିକ ସିଟ ପାଇବାନେଇ ଚର୍ଚା ହେଉଥିବାବେଳେ ଏହାକୁ ନେଇ ଦାମୋଦର ରାଉତ  ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଦାମ ରାଉତ ନିଜର ପୂର୍ବ ଆକଳନକୁ ଦୋହରାଇ କହିଛନ୍ତି ଯେ, ଏଥର ଓଡିଶାରେ  ଝୁଲା ବିଧାନସଭା ହେବ। ବିଜେଡି  ମ୍ୟାଜିକ୍ ନମ୍ବର ଛୁଇଁବ ବୋଲି ମୁଁ ବିଶ୍ୱାସ କରିପାରୁନି। ଓଡ଼ିଶାରେ ବିଜେପି ୫୫ରୁ ଅଧିକ, କଂଗ୍ରେସ ୨୫ରୁ ଅଧିକ ଆସନ ପାଇବ। ସେ ଆହୁରି ମଧ୍ୟ କହିଛନ୍ତି, ‘ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ନାହିଁ। ସ୍ୱାର୍ଥ ଯୁଆଡ଼େ ଥାଏ ସିଆଡ଼େ ସେ ଥାଆନ୍ତି। ଯଦି ଝୁଲା ବିଧାନସଭା ହେଲା, ତେବେ ସେ(ନବୀନ ପଟ୍ଟନାୟକ) ବିଜେପି ସହ ବୁଝାମଣା ନକରି ପାରନ୍ତି। ବିଜେପି ଯଦି ବିଜେଡି ପାଖାପାଖି ଆସନ ଜିତେ ତେବେ ତାଙ୍କର(ନବୀନ ପଟ୍ଟନାୟକ) ଭୟ ରହିବ। ତେଣୁ ସେ ବିଜେପି ସହ ମେଣ୍ଟ ନ କରି କଂଗ୍ରେସ   ସହ କରିପାରନ୍ତି।’
ପଢନ୍ତୁ: ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ

Related posts

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

ସବୁଦିନ ପାଇଁ ଭାଙ୍ଗିଲା ସପା-ବସପା ମେଣ୍ଟ