ଆସନ୍ତୁ ଜାଣିବା ବ୍ଲଡ ଗ୍ରୁପରୁ ଆପଣଙ୍କ ବେକ୍ତିତ୍ଵ

ବ୍ଲଡ ଗ୍ରୁପରୁ ଜାଣିବା ଆପଣଙ୍କ ବେକ୍ତିତ୍ଵ ବିଷୟରେ

ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଆପଣଙ୍କ ସ୍ବଭାବ ଓ ବ୍ୟକ୍ତିତ୍ଵ ବିଷୟରେ ଅନେକ ସୂଚନା ଦେଇଥାଏ ।  ଆପଣଙ୍କ ପସନ୍ଦ, ନାପସନ୍ଦ, କାମ ଓ ଜୀବନ ସହ ଯୋଡି ହୋଇଥିବା ସମସ୍ତ ବିଷୟରେ ତଥ୍ୟ ଦେଇପାରେ ଆପଣଙ୍କ ବ୍ଲଡ୍ ଗ୍ରୁପ୍ । କେବଳ ଏତିକି ନୁହେଁ, ଜାପାନରେ ପୁଅ ଓ ଝିଅର ବ୍ଲଡ୍ ଗ୍ରୁପ୍ ଜରିଆରେ ଜୀବନ ସାଥୀ ଠିକ୍ କରାଯାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଆପଣଙ୍କ ବିଷୟରେ କ’ଣ ସୂଚନା ଦେଉଛି ଆସନ୍ତୁ ଜାଣିବା ।

ଓ ବ୍ଲଡ ଗ୍ରୁପ୍ର ଲୋକମାନେ ସକରାତ୍ମକ ଓ ଆତ୍ମବିଶ୍ବସୀ ହୋଇଥାନ୍ତି । ନେତୃତ୍ଵ ନେବା ଭଳି ଗୁଣ ଏମାନଙ୍କ ମଧ୍ୟରେ ଅଧିକ ଥାଏ । ଏମାନେ ବହୁତ ପରିଶ୍ରମୀ ଅଟନ୍ତି ଏବଂ ସଫଳତା ହାସଲ କରିବାର ଇଚ୍ଛା ଏମାନଙ୍କ ମନରେ ଥାଏ । ଏମାନେ ଅନ୍ୟକୁ ଖୁସିରେ ରଖିଥାନ୍ତି ।

ଏ ବ୍ଲଡ ଗ୍ରୁପ୍ରର ଲୋକମାନେ ଜୀବନରେ ସଫଳତା ହାସଲ କରିଥାନ୍ତି ଏବଂ ଅନ୍ୟ ପାଇଁ ଆଦର୍ଶ ହୋଇ ଥାଆନ୍ତି । ଏହି ବ୍ଲଡ୍ ଗ୍ରୁପ୍ ଲୋକ ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ସ୍ବଭାବ  କୋମଳ, ସମ୍ବେଦନଶୀଳ, ଦାୟିତ୍ଵବାନ ଏବଂ ପ୍ରକୃତ ବନ୍ଧୁ ହୋଇ ଥାଆନ୍ତି । ଏହି ବ୍ଲଡ ଗ୍ରୁପ୍ ଲୋକଙ୍କ ବିଶେଷତ୍ଵ ହେଲା ଏମାନେ ନିଜଠୁଁ ଅଧିକ ଅନ୍ୟମାନଙ୍କ ପାଇଁ ଚିନ୍ତା କରନ୍ତି। ଏହି କାରଣରୁ ସେମାନେ ଦୁଶ୍ଚିନ୍ତା ମଧ୍ୟରେ ରହିଥାନ୍ତି ।

ବି ବ୍ଳଡ ଗ୍ରୁପ୍ରର  ଲୋକମାନେ ବହୁତ ଶୀଘ୍ର ଅନ୍ୟମାନଙ୍କ ସହ ମିଶି ଯାଆନ୍ତି ।ଏମାନେ ଟିକେ ସ୍ବାର୍ଥୀ ଅଟନ୍ତି । କାରଣ ଅନ୍ୟ ଲୋକଙ୍କୁ ସାହାର୍ଯ୍ୟ କରିବାରେ ଅଧିକ ବିଶ୍ବାସ କରନ୍ତି ନାହିଁ । ଏହି ଗ୍ରୁପର ବ୍ୟକ୍ତି ବିଶେଷ ଅଧିକ ପରିଶ୍ରମ କରନ୍ତି । କାରଣ ନିଜ ପରିଶ୍ରମୀ ବଳରେ ଦୁନିଆର ସବୁ କିଛି ହାସଲ କରିବାକୁ ଚାହାଁନ୍ତି । ଏହା ସହ ଏମାନେ ଅଧିକ ଜିଦିଆ ହୋଇଥାନ୍ତି । ସହଜରେ କୌଣସି କଥାକୁ ମାନି ନ ଥାନ୍ତି ।

ଏବି ବ୍ଲଡ ଗ୍ରୁପ୍ରର  ଲୋକମାନେ ସାଧାରଣତଃ ଶାନ୍ତ ସ୍ବାଭାବର ହୋଇଥାନ୍ତି । ଏମାନେ ବହୁତ ଚାଲକ ଚତୁର ହୋଇଥାନ୍ତି । ଏହି ବ୍ଲଡ ଗ୍ରୁପର ଲୋକମାନେ ସହଜରେ କାହା ଉପରେ ଭରସା କରନ୍ତି ନାହିଁ । ଏମାନେ ଭଲ ଓ ସଚ୍ଚା ହୃଦୟରେ ମିତ୍ରତା କରିଥାନ୍ତି । ଏମାନଙ୍କ ମନ ସଫା ହୋଇଥାଏ ଓ ମନରେ ଯାହା ଥାଏ ଉପରେ ମଧ୍ୟ ସେପରି ବ୍ୟବହାର କରନ୍ତି ।

ପଢନ୍ତୁ ;

ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ

Related posts

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ