ଝାରସୁଗୁଡ଼ାରେ ବୋଇଂ-୭୩୭ ବିମାନର ଅବତରଣ

ଝାରସୁଗୁଡ଼ା ଏୟାରପୋର୍ଟ ଆସନ୍ତା ୨୨ ତାରିଖ ଉଦ୍‌ଘାଟିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବାର କାଯ୍ୟର୍କ୍ରମ ରହିଛି। କାଯ୍ୟର୍କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ଏଥିରେ ବହୁ କେନ୍ଦ୍ରମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେବାକୁ ଥିବା ବେଳେ ଏୟାରପୋର୍ଟରେ ମଂଗଳବାର ପ୍ରଥମ କରି ବାୟୁସେନାର ଏକ ବିମାନ ‘ବୋଇଂ- ୭୩୭ର ଅବତରଣ କରିଥିଲା।

ପ୍ରଥମ କରି ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ସିଧାସଳଖ ଆସି ଏଠାରେ ଅବତରଣ କରିଥିଲା । ପାଖାପାଖି ଅଧଘଣ୍ଟା ରହିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ବୋଇଂରେ ଦୁଇ ଜଣ ପାଇଲଟ ସମେତ ଜଣେ ବିମାନ ବୈଷୟିକ ଅଧିକାରୀ ଆସି ଏୟାରପୋର୍ଟର ଅନୁଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବାରମ୍ବାର ଉଡାଣ ଓ ଅବତରଣ କରିବ ବୋଲି ସୂଚନା ମିଳିଛି।

ପଢନ୍ତୁ;ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

Related posts

ଦିଲ୍ଲୀ ଅଶୋକ ବିହାରରେ ଭୁଷୁଡ଼ିଲା ୩ ମହଲା କୋଠା,୨ ପିଲା ମୃତ

ମାତ୍ର ୪୦ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

କୋହଲି, ମୀରାବାଈ ପାଇଲେ ଖେଳ ରତ୍ନ ,ନୀରଜଙ୍କ ସମେତ ୨୦ ଖେଳାଳିଙ୍କୁ ଅର୍ଜୁନ