ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଏକ ଟୁଇଟ୍‌ ଏବେ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଗତ ୧୫ ଦିନ ହେବ ସେ ଏକ ଅଜଣା ଦୁରାରୋଗ୍ୟରେ ପୀଡିତ ଥିବା ଅନୁମାନ କରୁଛନ୍ତି ବୋଲି ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି ଇରଫାନ୍‌ ଖାନ୍‌  ।

ହେଲେ ସବୁଠୁ ବଡ କଥା ଟେଷ୍ଟ ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏହାକୁ ନେଇ ତାଙ୍କର ଶୁଭଚିନ୍ତକ ତଥା ପ୍ରଶଂସକମାନେ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଓ ତାଙ୍କ ପରିବାର ଶେଷ ପର୍ଯ୍ୟନ୍ତ ଏହା ସହ ଲଢିବେ ବୋଲି ମଧ୍ୟ ୫୧ ବର୍ଷୀୟ ଅଭିନେତା ଇରଫାନ୍‌ ତାଙ୍କ ଟୁଇଟର୍‌ ପେଜ୍‌ରେ ଲେଖିଛନ୍ତି ।

ତେବେ ବ୍ୟାଧିଟି କ’ଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଗାମୀ ୧୦-୧୫ ଦିନ ମଧ୍ୟରେ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ସେ ଅନୁମାନ କରୁଛନ୍ତି । ଏପଟେ ତାଙ୍କ ପ୍ରଶଂସକମାନେ ଏହି ଖବରକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।

ପଢନ୍ତୁ ;

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?