ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ଡେଜି ଶାହାଙ୍କୁ ମିଳିଲା ରାଇଫଲ୍ ସୁଟର ଲାଇସେନ୍ସ

Untitled 1

ବଲିଉଡ୍‌ ଅଭିନେତ୍ରୀ ଡେଜି ଶାହାଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ । ଯିଏ ସଲମାନ୍ ଖାନଙ୍କ ସହିତ ଫିଲ୍ମ ‘ଜୟ ହୋ’ରୁ ବଲିଉଡ୍‌ରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ତେବେ ଡେଜିଙ୍କ  ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏବେ ଡେଜି ରାଇଫଲ ସୁଟର ଲାଇସେନ୍ସ  ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ବନି ଯାଇଛନ୍ତି । ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ଲାଇସେନ୍ସ ସହ ଡେଜି ଫଟୋ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି ।

ଏହା ସହ ଡେଜି ଆସନ୍ତା ମାସରେ ହେବାକୁ ଯାଉଥିବା ପଏଣ୍ଟ୨୨ ରାଇଫେଲ  ପ୍ରତିଯୋଗିତାରେ ମଧ୍ୟ ଭାଗ ନେବେ ବୋଲି ଜଣା ପଡ଼ିଛି । ପ୍ରଥମ ଥର ପାଇଁ କୌଣସି ବଲିଉଡ୍‌ ଅଭିନେତ୍ରୀ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପଢନ୍ତୁ: ପାଟକୁରା ଉପନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତି

Related posts

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର

ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ-୨୦୧୯