୨୭ ବର୍ଷ ପରେ ପୁଣି ପରଦାରେ ଏକାଠି ହେଲେ ଅମିତାଭ- ଋଷି
ଦୀର୍ଘ ୨୭ ବର୍ଷ ପରେ ପୁଣି ପରଦାରେ ବଲିଉଡ଼୍ର ୨ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ଏକାଠି ଦେଖିବାକୁ ମିଳିଛି । ଫିଲ୍ମ ଫ୍ରାଇଡ଼େରେ ରିଲିଜ୍ ହୋଇଥିବା କମେଡି ଡ୍ରାମା ଫିଲ୍ମ ୧୦୨ ନଟ ଆଉଟ ରେ ଅଭିନେତା ଅମିତାଭ ବଚ୍ଚନ ଓ ଋଷି କପୁର ଏକାଠି ନଜର ଆସିଛନ୍ତି । ଏଥିରେ ଋଷି କପୁର୍ ଜଣେ ୭୫ ବର୍ଷୀୟ ବୃଦ୍ଧ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଶତାୟୁ ବାପା ସାଜିଛନ୍ତି ବିଗ୍ ବି ।
ବିଗ୍ ବିଙ୍କୁ ଫିଲ୍ମରେ ୧୦୨ ବର୍ଷ ହୋଇଥିଲେ ବି ସେ ପୂରାପୂରି ଆକ୍ଟିଭ୍ ଲାଗୁଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଳା । ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ସଲିମ୍-ସୁଲେମାନ ଯୋଡ଼ି । ଏହା ପୂର୍ବରୁ ଅମର ଆକବର ଆନ୍ଥୋନି, ନସିବ୍ ଓ କୁଲି ପରେ ୧୯୯୧ ଫିଲ୍ମ ଅଜୁବାରେ ଶେଷଥର ପାଇଁ ଏକାଠି ନଜର ଆସିଥିଲେ ଅମିତାଭ ଓ ଋଷି ।
‘୧୦୨ ନଟ ଆଉଟ ‘ ଲେଖକ-ନିର୍ଦ୍ଦେଶକ ସୈାମ୍ୟ ଯୋଶୀଙ୍କ ସଫଳ ଗୁଜରାତି ନାଟକ ଉପରେ ଆଧାରିତ ।
ପଢନ୍ତୁ ;
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ