ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୨ ମୃତ

ଆଫଗାନୀସ୍ତାନ କାବୁଲରେ ଏକ ଧର୍ମସଭାରେ ଗତକାଲି ଆତ୍ମଘାତୀ ବିସ୍ପୋରଣ ଘଟିଛି। ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ଖବର ଅନୁଯାୟୀ,ଲୋୟା ଜିର୍ଗା ତମ୍ବୁ ତଳେ ବିଭିନ୍ନ ପ୍ରସଙ୍ଗ ଉପରେ ଧାର୍ମିକ ଗୋଷ୍ଠୀ – ‘ଆଫଗାନ୍‌ ଉଲେମା କାଉନସିଲ୍‌’ର ବୈଠକ ହୋଇଥିଲା। ଏହି ବୈଠକରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ମୌଲବୀ ଅଂଶଗ୍ରହଣ କରିଥିଲେ। ତେବେ ଏହି ବୈଠକରେ ଆତ୍ମଘାତୀ ବିସ୍ଫୋରଣ ବିରୋଧରେ ଫତଓ୍ଵା ଜାରି କରିବାର କିଛି ସମୟ ପରେ ଏହି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି।

ଉଲ୍ଳେଖଯୋଗ୍ୟ, ଗତବର୍ଷଠାରୁ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ଲଗାତାର ଭାବେ ଆତ୍ମଘାତୀ ବିାସ୍ଫାରଣ ଜାରି ରଖିଥିବା ବେଳେ ନିଃସର୍ତ୍ତ ଶାନ୍ତି ପ୍ରସ୍ତାବ ମଧ୍ୟ ମୌଲବୀ ମାନେ ସରକାରଙ୍କୁ ଦେଇଥିଲେ।

ପଢନ୍ତୁ; ଘରେ ରଖୁଛନ୍ତି କି ପାଳିତ ପଶୁ ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ