ବିଜେବି କଲେଜ ରେ ବୋମାମାଡ, ନିର୍ବାଚନୀ ହିଂସା ର କାରଣ ବୋଲି ସୂଚନା

ବିଜେବି କଲେଜ ରେ ବୋମାମାଡ, ନିର୍ବାଚନୀ ହିଂସା ର ଏହା କାରଣ ବୋଲି ସୂଚନା ମିଳିଛି । ଗତକାଲି ଏହି ବୋମାମାଡ ଘଟଣାରେ କଲେଜ ପରିସର ବ୍ୟଥିତ ଥିବାବେଳେ ଆଜି ସକାଳୁ ମଧ୍ୟ ଘଟଣାର ପୁନରାବୃତି ଘଟିଛି । କଲେଜରେ ନିର୍ବାଚନୀ ହିଂସା ଲାଗି ରହିଥିବାରୁ ଆଜି ସକାଳୁ ଛାତ୍ରୀ ମାନେ ହଷ୍ଟେଲ ଛାଡି ଘରକୁ ଚାଲି ଯିବାର ସୂଚନା ମିଳିଛି ।

କଲେଜ ଓ ହଷ୍ଟେଲର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବି କରି ଆଜି ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଅଧ୍ୟକ୍ଷଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ଶାନ୍ତିଭଙ୍ଗ ଅଶାଙ୍କା କରି କଲେଜରେ ପୁଲିସ ମୂତୟନ କରାଯାଇଛି।

ଆସନ୍ତା ନିର୍ବାଚନକୁ ନେଇ କିଛିଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଏହାସହ କଲେଜ ପରିସରରେ ଅଣଛାତ୍ରମାନେ ପଶି ଛାତ୍ରଛାତ୍ରୀଙ୍କୁ ଧମକ ମଧ୍ୟ ଦେଉଥିବାର ଅଭିଯୋଗ ହୋଇଛି । ଗତକାଲିଠୁ ସିରିଜ ବୋମାମାଡ ଚାଲିଥିବାରୁ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଓଡିଆ ସିନେମା ବଦମାସ ଟୋକା ଆଜି ପରଦା ଉପରେ

Related posts

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ