ବକ୍ସ ଅଫିସରେ ‘ସତ୍ୟମେବ ଜୟତେ’କୁ ପଛରେ ପକେଇଲା ଅକ୍ଷୟ କୁମାରଙ୍କ ଫିଲ୍ମ‘ଗୋଲ୍ଡ’

ସ୍ବାଧୀନତା ଦିବସ ଅବସରରେ ବୁଧବାର ସିଲ୍‌ଭର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ’। ‘ଗୋଲ୍ଡ’ରେ ଦେଶପ୍ରେମ ଭରପୂର ରହିଥିବାବେଳେ ସ୍ପୋର୍ଷ୍ଟ, ଡ୍ରାମା ଏବଂ ଇତିହାସ ସବୁକିଛି ନଜର ଆସିଛି।

ସେହିଭଳି ଜନ୍‌ ଆବ୍ରାହମ୍‌ଙ୍କ ସତ୍ୟମେବ ଜୟତେକୁ ନେଇ ମଧ୍ୟ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ଚଳିତବର୍ଷ ଏହା ପୂର୍ବରୁ ଜନ୍‌ଙ୍କ ‘ପରମାଣୁ’ ବକ୍ସ ଅଫିସ୍‌ରେ ଆଶାନୁରୂପ ସଫଳତା ହାସଲ କରିଛି। ନିର୍ଦ୍ଦେଶକ ମିଲାପ ମିଲନ ଝାବେରୀଙ୍କ ‘ସତ୍ୟମେବ ଜୟତେ’ର କାହାଣୀ ଆରମ୍ଭ ହେଉଛି ମାୟା ନଗରୀ ମୁମ୍ବାଇରୁ। ବୀର୍‌ ରାଠୋର ନାମକ ଜଣେ ଯୁବକ ଭ୍ରଷ୍ଟାଚାରରେ ଲିପ୍ତ ଥିବା ପୋଲିସ ଅଫିସରଙ୍କୁ ଉଚିତ ଶିକ୍ଷା ଦେଉଥିବା ଦେଖିବାକୁ ମିଳୁଛି।

ସୂଚନାଅନୁସାରେ,ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ଜନ ଆବ୍ରାହିମଙ୍କ ଫିଲ୍ମ ସତ୍ୟମେବ ଜୟତେକୁ ପଛରେ ପକାଇ ମାଜି ମାରିଛି । ଫଷ୍ଟ ଡେ କଲେକ୍ସନ ମାମଲାରେ ଅକ୍ଷୟ ଜନଙ୍କ ଠାରୁ ଆଗକୁ ବାହାରି ଯାଇଛନ୍ତି । ଦେଶର ପ୍ରଥମ ଅଲମ୍ପିକ ଗୋଲ୍ଡ ମେଡଲର କାହାଣୀ ଦର୍ଶାଇଥିବା ଫିଲ୍ମ ଗୋଲ୍ଡ ପ୍ରଥମ ଦିନରେ ୨୫ କୋଟି ୨୫ ଲକ୍ଷ ଟଙ୍କା ଇନକମ କରିଛି । ଏହା ସହିତ ଗୋଲ୍ଡ ଏ ବର୍ଷର ତୃତୀୟ ସବୁଠାରୁ ଅଧିକ ଫଷ୍ଟ ଡେ କଲେକ୍ସନ କରିଥିବା ଫିଲ୍ମ ହୋଇସାରିଛି।

ଅନ୍ୟପଟେ ସତ୍ୟମେବ ଜୟତେ ପ୍ରଥମ ଦିନରେ ୨୦ କୋଟି ୫୨ ଲକ୍ଷ ବିଜିନେସ କରିଛି । ‘ସତ୍ୟମେବ ଜୟତେ’ର ବିଜିନେସ ଯଦିଓ ‘ଗୋଲ୍ଡ’ଠାରୁ କମ ରହିଛି ତଥାପି ରେକର୍ଡ କରିବା ମାମଲାରେ ଏହା ପଛରେ ରହିନାହିଁ ।

ପଢନ୍ତୁ;ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ…………

Related posts

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘