ମୁମ୍ବାଇରେ ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ଵ ଲୋକ

Untitled 1

ମୁମ୍ବାଇରେ ବଡ଼ ଅଘଟଣ। ମୁମ୍ବାଇର ଡୋଙ୍ଗରୀ  ଅଞ୍ଚଳରେ ଭୁଶୁଡିଲା ୪ ମହଲା ବିଲ୍ଡିଂ । ଫଳରେ କୋଠା ତଳେ ୪୦ ରୁ ୫୦ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । କିନ୍ତୁ ସ୍ଥାନଟି ଅଣ ଓସାରିଆ ହୋଇଥିବାରୁ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି।

ସେପଟେ ମୁମ୍ବାଇ ବିଏମସି  କର୍ତ୍ତୁପକ୍ଷଙ୍କ କହିବା ମୁତାବକ, ଅପରାହ୍ନ ୧୧ଟା ୪୮ ମିନିଟ୍ ରେ ଡୋଙ୍ଗରୀର ଟାଣ୍ଡେଲ୍ ଠାରେ କେସରବାଇ ନାମକ ଏକ ବିଲ୍ଡିଂର ଅଧା ପାଶ୍ୱର୍ ଭୁଶୁଡ଼ି ପଡ଼ିଲା । ତେବେ ଏହି ବିଲ୍ଡିଟି ବହୁତ ପୁରୁଣା ବୋଲି ବିଏମସି କର୍ତ୍ତୁପକ୍ଷ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆହତଙ୍କ ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରିଛନ୍ତି ।

ପଢନ୍ତୁ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲା ଉପରେ ହେବ ଶୁଣାଣି

Related posts

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼