ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ମୁସଲମାନ ମହିଳାଙ୍କ ପାଇଁ ଏକ ଐତିହାସିକ ଦିନ । ତିନ୍‌ ତଲାକ୍‌ (ତଲାକ୍‌ -ଏ-ବିଦ୍ଦତ୍‌) ଏକ ଦଣ୍ଡନୀୟ ଅପରାଧ ଆଇନରେ ପରିଣତ ହୋଇଛି । ଏହି ଅଧ୍ୟାଦେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁର କରିଛନ୍ତି । ତିନ୍‌ ତଲାକ୍‌ ବିଲ୍‌ରେ ଆବଶ୍ୟକୀୟ ସଂଶୋଧନ କରାଯିବା ପରେ ଆଜି କ୍ୟାବିନେଟ୍‌ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍‌ ବୈଠକରେ ପରେ ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ।

ଏହି ବିଲ୍‌ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍‌ ହୋଇ ପାରି ନ ଥିଲା। ଏହି ବିଲ୍‌ ଉପରେ ଆସନ୍ତା ୬ ମାସ ପାଇଁ ଅଧ୍ୟାଦେଶ ଲାଗୁ ରହିବ। ଏହାକୁ ପାସ୍‌ କରିବା ଲାଗି ପୁଣିଥରେ ସଂସଦରେ ଉପସ୍ଥାପନ କରାଯିବ। ଭାଜପା ସରକାର ଏହି ବିଲ୍‌ ପାସ୍‌ କରିବା ପାଇଁ ଜୋର୍‌ଦାର୍‌ ଉଦ୍ୟମ କରୁଥିଲେ ମଧ୍ୟ କଂଗ୍ରେସ ଏବଂ ବିରୋଧୀ ଦଳ ଏଥିରେ ସହମତି ପ୍ରକାଶ କରି ନ ଥିଲେ। ପରବର୍ତ୍ତୀ ସମୟରେ ଭାଜପା ସରକାର ଏଥିରେ କେତେକ ପରିବର୍ତ୍ତନ ମଧ୍ୟ ଆଣିଥିଲେ। ଲୋକସଭାରେ ଏହି ବିଲ୍‌ ପାସ୍‌ ହୋଇଥିଲେ ମଧ୍ୟ ବଜେଟ ତଥା ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ପାସ୍‌ ହୋଇପାରି ନ ଥିଲା।

ପଢନ୍ତୁ;ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

Related posts

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ